ନୂଆଦିଲ୍ଲୀ: ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଡବଲ୍ ଡେକର୍ ବସ୍ ଓଲଟି ପଡ଼ିଛି । ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ସୋମବାର ଦିନ ପ୍ରାୟ ସାଢ଼େ ୩ଟା ସମୟରେ ପଞ୍ଜାବର ଲୁଧିଆନାରୁ ବିହାରର ଦରଭଙ୍ଗା ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ପଞ୍ଜାବର ଲୁଧିଆନାରୁ ବିହାରର ଦରଭଙ୍ଗା ଯାଉଥିବା ସମୟରେ ଗୋସାଇଗଞ୍ଜର ଖେମା ଖେଡା ଗାଁ ନିକଟରେ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଗୋସାଇଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ୧୬ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି । ଡ୍ରାଇଭରର ଆଖି ଲାଗିଯିବା କାରଣରୁ ଦୁର୍ଘଟଣା ଘଟିଥିବା ଲୋକମାନେ କହିଛନ୍ତି।