ସୁବର୍ଣ୍ଣପୁର: ପୋଲିସ ହାତରେ ଧରାପଡିଲା ଅପହରଣକାରୀ ପ୍ରେମିକ। ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଉଭୟ ପ୍ରେମିକ ଏବଂ ପ୍ରେମିକକୁ ଧରିଛି ପୋଲିସ। ଉଭୟଙ୍କୁ ଗିରଫ କରି ସୁବର୍ଣ୍ଣପୁର ପୋଲିସକୁ ହସ୍ତାନ୍ତର କରାଯାଇଛି। ଏପରିକି ପ୍ରେମିକ ଜଣଙ୍କ ଏପରି କାଣ୍ଡ କାହିଁକି ଘଟାଇଲା ସେ ନେଇ ପୋଲିସ ଉକ୍ତ ପ୍ରେମିକକୁ ଅଧିକ ପଚାର ଉଚରା କରୁଛି।
ସୂଚନା ଅନୁସାରେ, ବଲାଙ୍ଗୀର କାମାକ୍ଷୀ ନଗରର ଜଣେ ଯୁବକ ବରଯାତ୍ରୀ ସହ ବୌଦ୍ଧ ଜିଲା ରଥପଡାକୁ ବରଯାତ୍ରୀ ନେଇ ଯାଇଥିଲେ। ସେଠାରେ ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ଉଭୟ କାରରେ ଘରକୁ ଯାଉଥିବା ବେଳେ ଅଳ୍ପ କିଛି ବାଟରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନବବଧୂକୁ ଅପହରଣ କରି ନେଇ ଚମ୍ପଟ ମାରିଥିଲା ପ୍ରେମିକ। ଏହାପରେ ବର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଉଭୟ ପ୍ରେମିକ ଏବଂ ପ୍ରେମିକକୁ ଧରିଛି ପୋଲିସ।
ଅଧିକ ପଢନ୍ତୁ ; ଭୁବନେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ