ଭୁବନେଶ୍ଵରରେ ମାଡ଼ି ଚାଲିଛି କରୋନା, ଆଜି ପୁଣି ୧୨ ପଜିଟିଭ
Khabar Odisha:12-Corona-positive-in-Bhubaneswar
ଭୁବନେଶ୍ୱର, ଜୁଲାଇ୧ ( ଖବର ଓଡ଼ିଶା):

 ରାଜଧାନୀ ଭୁବନେଶ୍ବରରେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ । ଆଜି ଭୁବନେଶ୍ୱରରୁ ପୁଣି ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂଆ ଚିହ୍ନଟ ୧୨ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ହୋମ୍ କ୍ବାରେଣ୍ଟିନରେ ଥିବା ବେଳେ ୮ଜଣ ସ୍ଥାନୀୟ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ଏନେଇ ବିଏମସି ସୂଚନା ଦେଇଛି ।

 ଆଜି ଭୁବନେଶ୍ବରରୁ ୧୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ହୋମ୍ କ୍ବାରେଣ୍ଟିନରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ଟଙ୍କପାଣି ରୋଡ଼ ଚିଲି ପୋଖରୀ ନିକଟରୁ ଚିହ୍ନଟ ହୋଇଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ | ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଶୈଳଶ୍ରୀ ବିହାର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ  ବେଙ୍ଗାଲୁରୁରୁ ଫେରିଥିବା ବେଳେ ଖଣ୍ଡଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପୁଣେରୁ ଫେରିଥିଲେ |

ସ୍ଥାନୀୟ ସଂକ୍ରମଣ ଥିବା ୮ଜଣଙ୍କ ମଧ୍ୟରୁ ୨ଜଣ ଡୁମୁଡୁମାର ରଘୁନାଥ ନଗରର ବାସିନ୍ଦା ହୋଇଥିବା ବେଳେ ସୁଖ ବିହାର ବସ୍ତିରୁ ଜଣେ,  ଲୋୟଲା ସ୍କୁଲ ନିକଟସ୍ଥ ଶ୍ରୀରାମ ନଗରରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ , ନୀଳାଦ୍ରି ବିହାରର ସେକ୍ଟର-୨ରୁ ଜଣେ, କ୍ରିଷ୍ଣା ଗାର୍ଡେନ ନିକଟସ୍ଥ ଜାଗମରାରୁ ଜଣେ ଏବଂ ୟୁନିଟ-୨ ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି | ଡୁମୁଡୁମାର ରଘୁନାଥ ନଗର, ସୁଖ ବିହାର ଏବଂ ଲୋୟଲା ସ୍କୁଲ ନିକଟସ୍ଥ ଶ୍ରୀରାମ ନଗରରୁ ଚିହ୍ନଟ ଆକ୍ରାନ୍ତ ଗଞ୍ଜାମରୁ ଫେରିଥିବା ଜଣାପଡିଛି |

  • Tags:

Subscribe

National International State Sports Entertainment