ଗଞ୍ଜାମ: କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା, ଘଡ଼ଘଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରର ଜୀବନ ନେଇଛି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବମକେଇ ଅଞ୍ଚଳରେ ଘଟିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଜଣକ ରାଜେଶ ଗୌଡ ।
ସୂଚନା ଅନୁସାରେ, ରାଜେଶ ବମକେଇରୁ ନାରାୟଣପୁର ଫେରୁଥିବା ସମୟରେ ଅଧାବାଟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ରାଜେଶ ଉପରେ ପଡିଥିଲା । ସେ ହଠାତ ତଳେ ଗୁରୁତର ଅବସ୍ଥାରେ ପଡିଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କିଛି ସମୟ ମଧ୍ୟରେ ନିରୀହ ଛାତ୍ରର ଜୀବନ ଚାଲିଗଲା । ଏହି ଘଟଣା ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । କିଏ ଜାଣିଥିଲା ଅଧାବାଟରେ ବଜ୍ରପାତ ଏକ ଛାତ୍ରର ଜୀବନ ନେବ ?