ଦୀର୍ଘ ବର୍ଷ ପରେ ମୁମ୍ବାଇ ଇଂଡିଆନ୍ସ ଚଳିତ ସିଜିନରେ ନିଜର ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଥିଲା । ୨୦୨୦ ପରଠାରୁ ୫ ଥର ବିଜେତା ଦଳର ପ୍ରଦର୍ଶନରେ ଫ୍ୟାନ୍ସ ନିରାଶ ଥିବାବେଳେ ଚଳିତ ସିଜିନରେ ମୁମ୍ବାଇ ଇଂଡିଆନ୍ସ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା ରଖିଥିଲେ । ମୁମ୍ବାଇର ବ୍ୟାଟିଂ ଭଲ ଥିବାବେଳେ ବୋଲିଂ ୟୁନିଟର ନେତୃତ୍ୱ ଯଶପ୍ରୀତ ବୁମରା ନେଉଥିବାରୁ ବୋଲିଂ ବିଭାଗ ଉପରେ ସମସ୍ତେ ଭରସା ରଖିଥିଲେ । କିନ୍ତୁ ଚଳିତ ସିଜିନରେ ବୁମରାଙ୍କ ବ୍ୟତୀତ ମୁମ୍ବାଇର ଅନ୍ୟ ବୋଲରଙ୍କୁ ସଫଳତା ମିଳିଛି ପଛେ ହେଲେ ବୁମରାଙ୍କ ଖାତା ୱିକେଟହୀନ ।
୨୦୨୬ ରେ ମୁମ୍ବାଇ ୪ ଟି ମ୍ୟାଚ ଖେଳିସାରିଲାଣି ହେଲେ ଆଉ ବୁମରା ୯୦ ଟି ବଲ ପକେଇ ସାରିଲେଣି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ୱିକେଟ ମିଳିନାହିଁ । ମୁମ୍ବାଇ ଇଂଡିଆନ୍ସକୁ ଅନେକ ସମୟରେ ପରାଜୟ ସାମ୍ନାରୁ ଫେରାଇଆଣିଛନ୍ତି ବୁମରା, ହେଲେ ବୁମରା ବିଫଳ ହେବାରୁ ମୁମ୍ବାଇ ଚିନ୍ତାରେ ପଡିଛି । ପ୍ରଥମ ମ୍ୟାଚ ରେ ଭଲ ଆରମ୍ଭ ସତ୍ୱେ ଲଗାତାର ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ମୁମ୍ବାଇକୁ ବିଜୟର ସ୍ୱାଦ ପୁନର୍ବାର ଚାଖିବାକୁ ହେଲେ ବୁମରାଙ୍କ ପ୍ରଦର୍ଶନ ବେଶ ଗୁରୁତ୍ୱପୂର୍ଣ୍ଣ ।
ଯଶପ୍ରୀତ ବୁମରାଙ୍କ ପାଖରେ ସ୍ଲୋ ବଲ ସହିତ ସଠିକ ୟର୍କର ବଲ ଥିବାରୁ ଡେଥ ଓଭରରେ ରନ ରଖିବା ସହ ୱିକେଟ ନେବାରେ ମଧ୍ୟ ସଫଳ ହୁଅନ୍ତି ବୁମରା । ଯଦି ଶେଷ ୫ ଓଭରରେ ବୁମରାଙ୍କ ଦୁଇଟି ଓଭର ଥାଏ ତେବେ ମୁମ୍ବାଇ ଚିନ୍ତା ମୁକ୍ତ ହୋଇ ପଡିଆରେ ଖେଳୁଥାଏ । ଆଉ ଏବେ ବୁମରାଙ୍କ ନିରାଶଜନକ ପ୍ରଦର୍ଶନ ପରେ ମୁମ୍ବାଇ ଚିନ୍ତାରେ । ତେବେ ଯଶପ୍ରୀତ ବୁମରା ଜଣେ ଅଭିଜ୍ଞ ବୋଲର ଆଉ ସେ କୌଣସି ମୁହୂର୍ତ ରେ କମ-ବ୍ୟାକ କରିପାରିବେ, ଆଉ ଏହି କମବ୍ୟାକ ପାଇଁ ଅପେକ୍ଷାରେ ମୁମ୍ବାଇ ଫ୍ୟାନ୍ସ ।