ଗୌହାଟୀ: ଆଜି ଆଇପିଏଲ୍ ୨୦୨୬ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ଫୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯିବ । ମୁକାବିଲାରେ ବିରାଟ କୋହଲିଙ୍କ ସାମ୍ନାରେ ରହିବେ ବୈଭବ ସୂର୍ଯ୍ୟବଂଶୀ । ଚଳିତ ଆଇପିଏଲର ଏହି ଦୁଇ ଦଳ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି । ରାଜସ୍ଥାନ ନିଜର ସମସ୍ତ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଆରସିବି ମଧ୍ୟ ନିଜର ଦୁଇଟି ମ୍ୟାଚ୍ ଜିତିଛି । ତେଣୁ ଦୁଇ ଦଳ ଆଜିର ମ୍ୟାଚ୍ ଜିତି ନିଜର ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ।
କିଏ ଆଗରେ ?
ରାଜସ୍ଥାନ ଓ ବେଙ୍ଗାଲୁରୁ ଦୁଇ ଦଳର ହେଡ ଟୁ ହେଡ ମ୍ୟାଚ୍ ଉପରେ ନଜର ପକାଇଲେ ଆରସିବିର ପଲ୍ଲା ଭାରି ରହିଛି । ରଜତ ପାଟିଦାରଙ୍କ ଟିମ୍ ୧୭ଟି ମ୍ୟାଚ୍ ଜିତିଥିବା ବେଳେ ରିୟାନ ପରାଗଙ୍କ ରାଜସ୍ଥାନ ଜିତିଛି ୧୪ଟି ମ୍ୟାଚ୍ । ଅର୍ଥାତ ଫରକ ମାତ୍ର ୩ଟି ମ୍ୟାଚର । କିନ୍ତୁ ଦୁଇ ଦଳକୁ ଦେଖିଲେ ବେଶ ଶକ୍ତିଶାଳୀ ଅଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରୁଛନ୍ତି ରାଜସ୍ଥାନ ଓ ବେଙ୍ଗାଲୁରୁ । ତେଣୁ ଆଜିର ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
କେମିତି ରହିବି ପିଚ୍ ?
ବରସାପରା ଷ୍ଟାଡିୟମର ପିଚରେ ଆଜି ଲୋ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିପାରେ । ଆକାଶରେ ବାଦଲ ଛାଇ ରହିବ । ନୂଆ ବଲରେ ଦ୍ରୁତ ବୋଲରଙ୍କୁ ଆରମ୍ଭରେ ପିଚରୁ ସହାୟତା ମିଳିପାରେ । କାରଣ ଗତ ଅନେକ ଦିନ ଧରି ଖରାପ ପାଣିପାଗ କାରଣରୁ ପିଚ୍ ଘୋଡା ହୋଇ ରହିଛି । ସେହି ହିସାବରେ ପିଚ୍ ରୋଲିଂ ହୋଇ ପାରିନି । ତେଣୁ ପିଚ୍ ଧିମା ରହିବାର ସମ୍ଭାବନା ରହିଛି । ଏମିତି ହେଲେ ବଲ୍ ବ୍ୟାଟକୁ ଠିକ୍ ଭାବେ ଆସି ନ ଥାଏ । ତେଣୁ ଆଜିର ମ୍ୟାଚରେ ଲୋ ସ୍କୋରିଂ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିପାରେ ।
ଦୁଇ ଦଳର ସମ୍ଭାବିତ ଏକାଦଶ
ରାଜସ୍ଥାନ ରୟାଲ୍ସ- ଯଶସ୍ୱୀ ଜୟସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ(ୱିକେଟ୍ କିପର), ରିୟାନ ପରାଗ(ଅଧିନାୟକ), ସିମରନ ହେଟମାୟର, ଡୋନୋଭାନ ଫରେରା, ରବୀନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ ଓ ସନ୍ଦୀପ ଶର୍ମା ।
ଇମ୍ପାକ୍ଟ ପ୍ଲେୟାର- ରବି ବିଷ୍ଣୋଇ
ଋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ଫିଲ୍ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡିକଲ, ରଜତ ପାଟିଦାର(ଅଧିନାୟକ), ଟିମ୍ ଡେଭିଡ, ଜିତେଶ ଶର୍ମା(ୱିକେଟ୍ କିପର), ରୋମାରିଓ ସେଫର୍ଡ, କୃଣାଲ ପ୍ରାଣ୍ଡ୍ୟା, ଭୁବନେଶ୍ୱର କୁମାର, ଅଭିନନ୍ଦନ ସିଂ ଓ ଜାକବ ଡଫି ।
ଇମ୍ପାକ୍ଟ ପ୍ଲେୟାର- ସୁୟଶ ଶର୍ମା