ପ୍ୟାରିସ୍: ଜର୍ମାନୀର ଷ୍ଟାର୍ ଟେନିସ୍ ଖେଳାଳି ଆଲେକ୍ସଜାଣ୍ଡାର୍ ଜ୍ୱେରେଭ୍ ଶେଷରେ ନିଜ କ୍ୟାରିୟରର ସବୁଠାରୁ ବଡ଼ ସ୍ୱପ୍ନ ପୂରଣ କରିଛନ୍ତି। ରୋଲାଁ ଗ୍ୟାରୋର ଐତିହାସିକ ‘କୋର୍ଟ ଫିଲିପ୍-ଚାଟ୍ରିୟର’ରେ ଖେଳାଳଯାଇଥିବା ଫ୍ରେଞ୍ଚ୍ ଓପନ୍ ୨୦୨୬ ମେନ୍ସ ସିଙ୍ଗଲ୍ସର ଏକ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଜ୍ୱେରେଭ୍ ଇଟାଲୀର ଫ୍ଲେଭିଓ କୋବୋଲିଙ୍କୁ ପରାସ୍ତ କରିଛନ୍ତି।
୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ୫ ସେଟ୍ର ମହାଲଢ଼େଇକୁ ଦ୍ୱିତୀୟ ସୀଡ୍ ଜ୍ୱେରେଭ୍ ୬-୧, ୪-୬, ୬-୪, ୬-୭ (୫-୭), ୬-୧ ରେ ଜିତି ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଟ୍ରଫି ନିଜ ନାମରେ କରିଛନ୍ତି। ବିଜୟ ସୂଚକ ପଏଣ୍ଟ ପାଇବା ମାତ୍ରେ ଜ୍ୱେରେଭ୍ କୋର୍ଟରେ ଶୋଇପଡ଼ିଥିଲେ ଏବଂ ତାଙ୍କ ଆଖିରୁ ଲୁହ ବୋହି ଆସିଥିଲା।
ଫାଇନାଲ୍ ମ୍ୟାଚ୍ର ଆରମ୍ଭ ଜ୍ୱେରେଭ୍ଙ୍କ ପାଇଁ ବେଶ୍ ଜବରଦସ୍ତ ରହିଥିଲା। ସେ ନିଜର ଦମଦାର ସର୍ଭିସ୍ ଏବଂ ବେସଲାଇନ୍ ଶଟ୍ ବଳରେ କୋବୋଲିଙ୍କୁ କୌଣସି ସୁଯୋଗ ନଦେଇ ପ୍ରଥମ ସେଟ୍କୁ ସହଜରେ ୬-୧ ରେ ଜିତି ନେଇଥିଲେ।ତେବେ କ୍ୟାରିୟରର ପ୍ରଥମ ମେଜର ଫାଇନାଲ୍ ଖେଳୁଥିବା ୧୦ମ ସୀଡ୍ ଇଟାଲୀୟ ଖେଳାଳି ଫ୍ଲେଭିଓ କୋବୋଲି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍କୁ ୬-୪ ରେ ଜିତି ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ଜ୍ୱେରେଭ୍ ନିଜ ଅଭିଜ୍ଞତାର ଫାଇଦା ଉଠାଇ ତୃତୀୟ ସେଟ୍କୁ ୬-୪ ରେ ନିଜ ସପକ୍ଷରେ କରିଥିଲେ।
ଚତୁର୍ଥ ସେଟ୍ରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଟାଇବ୍ରେକର୍ରେ ଜ୍ୱେରେଭ୍ ୩-୧ ରେ ଆଗୁଆ ଥିଲେ ମଧ୍ୟ କୋବୋଲି ଜିଦ୍ଖୋର ପ୍ରଦର୍ଶନ କରି ସ୍କୋର ପଲଟାଇଥିଲେ ଏବଂ ୭-୬ (୭-୫) ରେ ସେଟ୍ ଜିତି ମ୍ୟାଚ୍କୁ ପଞ୍ଚମ ସେଟ୍କୁ ଟାଣି ନେଇଥିଲେ। ଶେଷ ତଥା ନିର୍ଣ୍ଣାୟକ ସେଟ୍ରେ ଜ୍ୱେରେଭ୍ ନିଜ ସ୍ନାୟୁ ଉପରେ ନିୟନ୍ତ୍ରଣ ରଖିଥିଲେ। ସେ କୋବୋଲିଙ୍କ ସର୍ଭିସ୍କୁ କ୍ରମାଗତ ଭାବେ ବ୍ରେକ୍ କରି ଶେଷ ସେଟ୍କୁ ୬-୧ ରେ ସହଜରେ ଜିତି ଇତିହାସ ରଚିଥିଲେ।
ଜର୍ମାନୀ ଟେନିସ୍ ପାଇଁ ଐତିହାସିକ ମୁହୂର୍ତ୍ତ
ଆଲେକ୍ସଜାଣ୍ଡାର୍ ଜ୍ୱେରେଭ୍ଙ୍କ ଏହି ବିଜୟ ଜର୍ମାନୀ ଟେନିସ୍ ଇତିହାସରେ ଏକ ବଡ଼ ମାଇଲଖୁଣ୍ଟ ସଦୃଶ। ବୋରିସ୍ ବେକର୍ (୧୯OT-ଅଷ୍ଟ୍ରେଲିଆନ୍ ଓପନ୍) ଙ୍କ ପରେ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ସେ ପ୍ରଥମ ଜର୍ମାନ ଖେଳାଳି ହୋଇଛନ୍ତି।