ପଡ଼ିଆରେ ଖେଳାଯାଉଥିଲା ମ୍ୟାଚ, ଆଉ ମୈଦାନରେ ଥିଲେ ଷ୍ଟାର କ୍ରିକେଟର ତମିମ ଇକବାଲ। ଫିଲ୍ଡିଂ କରୁଥିବା ବେଳେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ଏହା ପରେ ତାଙ୍କୁ ହାର୍ଟଆଟାକ୍ ଆସିଥିବା ନେଇ ଡାକ୍ତର କହିଛନ୍ତି। ତେବେ ୁହୃଦଘାତର ଶିକାର ହୋଇଥିବା କ୍ରିକେଟର ହେଉଛନ୍ତି ବାଂଲାଦେଶର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ତମିମ ଇକବାଲ।
ମିଡ଼ିଆ ରିପୋର୍ଟ ମୁତାବିକ, ତମିମ ଢାକା ପ୍ରିମିୟର ଲିଗ୍ (ଡିପିଏଲ)ରେ ମହମ୍ମଦ ସ୍ପୋର୍ଟିଂ କ୍ଲବ ପାଇଁ ଖେଳୁଥିଲେ। ଫିଲ୍ଡିଂ କରିବା ସମୟରେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ସଙ୍ଗେସଙ୍ଗେ ଏକ ହେଲିକ୍ୟାପ୍ଟର ଯୋଗେଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି।
ତମିମ ଇକବାଲ ୭୦ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୨୪୩ ୱାନଡେ, ୭୮ଟି ଟି-୨୦ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ତମିମ ୫ହଜାର ୧୧୩ ରନ୍ କରିଛନ୍ତି, ଏହା ବ୍ୟତୀତ ତାଙ୍କ ଓଡ଼ିଆଇ କ୍ୟାରିୟରରେ ସେ ୮ହଜାର ୩୫୭ ରନ୍ କରିଛନ୍ତି।
ଅଧିକ ପଢନ୍ତୁ: ଆଇପିଏଲ୍: ୧୩ ବର୍ଷ ମଧ୍ୟରେ କୌଣସି ସିଜିନର ପ୍ରଥମ ମ୍ୟାଚ୍ ଜିତିନି ମୁମ୍ବାଇ ଇଣ୍ଡିଆନ୍ସ