ବୁମରାହଙ୍କ ୟର୍କରର ଫ୍ୟାନ୍ ଲସିଥ ମାଲିଙ୍ଗା
Khabar Odisha:sports-odisha-srilanka-bowler-lasith-malinga-is-the-fan-of-jasprit-bumrah
ନୂଆଦିଲ୍ଲୀ, ନଭେମ୍ବର ୩୦(ଖବର ଓଡିଶା):

ଶ୍ରୀଲଙ୍କାର ମହାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବ୍ୟାଟସମ୍ୟାନଙ୍କୁ ଘାତକ ୟର୍କର ପକାଇଥାନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ ସେ ଭାରତୀୟ ବୋଲର ଜସପ୍ରିତ ବୁମରାହଙ୍କ ବହୁତ ବଡ ପ୍ରଶଂସକ ପାଲଟି ଯାଇଛନ୍ତି । ସେ ବୁମରାହଙ୍କ ୟର୍କରକୁ ପ୍ରଶଂସା କରିଛନ୍ତି । ୨୦୦୮ ଆଇପିଏଲରେ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ । ଚଳିତ ବର୍ଷ ଖେଳାଯାଇଥିବା ଆଇପିଏଲ ଫାଇନାଲରେ ମାଲିଙ୍ଗା ଶେଷ ବଲରେ ଚେନ୍ନାଇ ସୁପରକିଙ୍ଗସ ବ୍ୟାଟସମ୍ୟାନ ସର୍ଦୁଳ ଠାକୁରଙ୍କ ୱିକେଟ୍ ନେଇ ମୁମ୍ବାଇକୁ ଚତୁର୍ଥ ଥର ପାଇଁ ବିଜୟୀ କରାଇଥିଲେ । ବୁମରାହ ମଧ୍ୟ ମାଲିଙ୍ଗାଙ୍କ ସହ ବୋଲିଂ କରିବା ସହ ତାଙ୍ଖଠାରୁ ଟିପସ୍ ନେଉଥିଲେ । 

ମାଲିଙ୍ଗା କହିଛନ୍ତି ଯେ, ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ନମ୍ବର ୧ ବୋଲରଙ୍କୁ ଟିପସ୍ ଦେଇ ବହୁତ ଖୁସି ଲାଗୁଛି । ବୁମରାହ ଜଣେ ଭଲ ବୋଲର । ତାଙ୍କ ସଫଳତାରେ ମୋର କିଛି ଯୋଗଦାନ ଥିବାରୁ ଖୁସି ଲାଗୁଛି । ସମସ୍ତଙ୍କର ନିଜର କିଛି ନା କିଛି ଅନୁଭବ ରହିଥାଏ । ଯାହାକୁ ଯୁବ ଖେଳାଳିଙ୍କୁ କହିବା ଦରକାର । 

ସେ ଆହୁରି କହିଛନ୍ତି ଯେ, ବୁମରାହଙ୍କୁ କୌଣସୀ ନୂଆ ଟିପସ୍ ଶିଖିବା ପାଇଁ ଭଲ ଲାଗେ । ତାଙ୍କ ବ୍ରେନ୍ ମଧ୍ୟ ଭଲ କାମ କରେ । କିପରି ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଯାଏ ତାହା ସେ ଠିକ ଭାବେ ବୁଝିଛନ୍ତି । ସେ ୟର୍କରକୁ ଭଲ ଭାବେ ବ୍ୟବହାର କରିଛନ୍ତି । ତାଙ୍କ ୟର୍କର ଅବିଶ୍ୱସନୀୟ ଅଟେ ବୋଲି ମାଲିଙ୍ଗା କହିଛନ୍ତି ।  

  • Tags:

Subscribe

National International State Sports Entertainment