ଗୁଜରାଟରେ ନିର୍ମାଣ ହେଲା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ, ଏହି ଦୁଇ ଟିମ ମଧ୍ୟରେ ହୋଇପାରେ ମ୍ୟାଚ
Khabar Odisha:sports-news-World-XI-Vs-Asia-XI-On-Cards-As-World-Largest-New-Sardar-Patel-Stadium-Opens-In-Ahmadabad
ଗାନ୍ଧୀନଗର,ଡିସେମ୍ଵର ୦୨ (ଖବର ଓଡିଶା) :

ଗୁଜରାଟର ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ନିର୍ମାଣ ପ୍ରାୟତଃ ଶେଷ ହୋଇସାରିଛି । ଷ୍ଟାଡିୟମକୁ 63 ଏକର ଜମିରେ ନିର୍ମାଣ କରାଯାଇଛି । ଏହି ଷ୍ଟାଡିୟମର ନିର୍ମାଣରେ ପ୍ରାୟ 700 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏହି ଷ୍ଟାଡିୟମରେ ଏକ ଲକ୍ଷ 10 ହଜାର ଲୋକଙ୍କ ବସିବା କ୍ଷମତା ରହିଛି । 

କୁହାଯାଉଛି ଯେ ଯଦି ସବୁକିଛି ଠିକ ରୁହେ ତେବେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏଠାରେ ଏସିଆ ଏକାଦଶ ଏବଂ ୱାର୍ଲଡ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳା ହୋଇପାରେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଏବଂ ବର୍ତ୍ତମାନ ସମୟରେ ବିସିସିଆଇର ସଚିବ ଥିବା ଜୟ ଶାହା କହିଛନ୍ତି ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ ଥିଲା । ଏହାସହ ସେ କହିଛନ୍ତି ଯେ ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇପାରନ୍ତି । 

ଗୁଜରାଟ କ୍ରିକେଟ ଆସୋସିଏସନ ଜୟ ଶାହାଙ୍କୁ ଷ୍ଟାଡିୟମ କାମ ଶେଷ ହେବା ନେଇ ସୂଚିତ କରିଛି । ମାର୍ଚ୍ଚ ମାସରେ ଉଦଘାଟନୀ ମ୍ୟାଚ ପାଇଁ ଆଇସିସି ଠାରୁ ଅନୁମତି ନେବା ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କୁହାଯାଇଛି । ମୁମ୍ୱାଇରେ ବିସିସିଆର ବାର୍ଷିକ ବୈଠକ ପରେ ଗାଙ୍ଗୁଲି ଇଣ୍ଡିଆନ ଏକ୍ସପ୍ରେସ କଥା ଏହା ସୁନିଶ୍ଚିତ କରିଥିଲେ ଯେ ଆଇସିସିରୁ ମଞ୍ଜୁରୀ ମିଳିବା ପରେ ଏହି ଷ୍ଟାଡିୟମରେ ଏସିଆ ଏକାଦଶ ଏବଂ ୱାର୍ଲଡ ଏକାଦଶ ମଧ୍ୟ ମ୍ୟାଚ ଆୟୋଜନ ହେବ । 

ଗୁଜରାଟ କ୍ରିକେଟ ଆସୋସିଏସନ ଏହି ଷ୍ଟାଡିୟମର ଉଦଘାଟନୀ ମ୍ୟାଚକୁ ସ୍ମରଣୀୟ କରିବାକୁ ଚାହୁଁଛି । ଏହି କାରଣରୁ ସଂଘ ଦୁନିଆ ଷ୍ଟାର କ୍ରିକେଟରଙ୍କୁ ଏକାସାଙ୍ଗରେ ଖେଳାଇବାକୁ ଚାହୁଁଛି । ଉଲ୍ଲେଖଯୋଗ୍ୟ ଯେ ପୁରୁଣା ମୋଟେରା ଷ୍ଟାଡିୟମକୁ ଭାଙ୍ଗି ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏହି ପ୍ରୋଜେକ୍ଟର ପରିକଳ୍ପନା କ୍ରିକେଟ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରାଯାଇଥିଲା ।  

Subscribe

National International State Sports Entertainment