ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ ପୁଣି ଠାରେ ବିବାହ କରିଛନ୍ତି, ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି । ଶିଖର ନିଜ ପତ୍ନୀ ସୋଫି ସାଇନଙ୍କ ସହିତ ଗୁରୁଗ୍ରାମରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ଏହି ସମୟରେ ତାଙ୍କ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଏହି ଖବର ପରେ ନବ ଦମ୍ପତିଙ୍କୁ ଦେଖିବା ପାଇଁ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଭିଡ ଦେଖିବାକୁ ମିଳିଥିଲା । ତେବେ ଶିଖର ଓ ସୋଫି ପୂର୍ବରୁ ୨୧ ଫେବୃଆରୀ, ୨୦୨୬ ରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏକ ଭବ୍ୟ ସମାରୋହରେ ବିବାହ କରିଥିଲେ । ଏହି ସମୟରେ ଦୁଇ ଜଣଙ୍କ ଅତି ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତ ଥିଲେ ।
ଶିଖର ଧୱନ ଚଳିତ ବର୍ଷ ୧୨ ଜାନୁଆରୀରେ ସୋଫି ସାଇନଙ୍କ ସହିତ ନିର୍ବନ୍ଧ କରିଥିଲେ ଓ ୨୧ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତ ବୁଧବାର ଅର୍ଥାତ ୬ ମଇ ୨୦୨୬ ରେ ଶିଖର ଓ ସୋଫି ଗୁରୁଗ୍ରାମର ବିକାଶ ସଦନରେ ଥିବା ବିବାହ ପଞ୍ଜିକରଣ କାର୍ଯ୍ୟାଳୟକୁ ଯାଇଥିଲେ, ଯେଉଁଠି ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ଧୱନ ଓ ସୋଫି ଅପରାହ୍ନ ୩ ଟା ସମୟରେ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ପରିବାରର କିଛି ସଦସ୍ୟ, କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦୁହେଁ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଛନ୍ତି, ଶିଖର ଘନ ନୀଳ ଟି-ସାର୍ଟ ପିନ୍ଧିଛନ୍ତି ଓ ସୋଫି ଆକାଶ ନୀଳ ରଙ୍ଗର ସାର୍ଟ ପିନ୍ଧିଛନ୍ତି।