ଆଇପିଏଲ ୨୦୨୫ ର ରନର-ଅପ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ ରେ ଯେଉଁଭଳି ପ୍ରଦର୍ଶନ କରୁଥିଲା, ତାହା ଦେଖି ସମସ୍ତେ ଆଶା କରୁଥିଲେ କି ପଞ୍ଜାବ କିଙ୍ଗ୍ସ ଆଇପିଏଲ ୨୦୨୬ ଟ୍ରଫି ହାତେଇବ । ପ୍ରଥମ ୭ ଟି ମ୍ୟାଚରେ ବିଜୟ ପରେ ପଞ୍ଜାବକୁ ଲଗାତାର ୩ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ହାଇଦ୍ରାବାଦ ବିପକ୍ଷ ପରାଜୟ ପରେ ପଞ୍ଜାବ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଖସି ଆସିଛି ।
ବୁଧବାର ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସକୁ ୩୩ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ପଞ୍ଜାବର ଫିଲଡିଂ ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ପଞ୍ଜାବ ୩ ଟି କ୍ୟାଚ ଛାଡିଥିଲା, ଯାହାଫଳରେ ପଞ୍ଜାବକୁ ପରାଜୟର ସାମ୍ନା କରିବାକୁ ପଡିଲା । କେବଳ ଏହି ଗୋଟିଏ ମ୍ୟାଚ ନୁହେଁ, ପୂର୍ବ ମ୍ୟାଚରେ ମଧ୍ୟ ପଞ୍ଜାବର ଖରାପ ଫିଲଡିଂ ଲାଗି ରହିଛି । ଯାହାକୁ ନେଇ ପଞ୍ଜାବ କିଙ୍ଗ୍ସର କୋଚ ରିକି ପଣ୍ଟିଙ୍ଗ ନିରାଶା ଜାହିର ରଖିଛନ୍ତି ।
ରିକି ପଣ୍ଟିଙ୍ଗ ମ୍ୟାଚ ସମୟରେ ଚାଲିଥିବା ଆଲୋଚନାରେ କହିଛନ୍ତି "ଏହା ଆମ ପାଇଁ ଏକ ପ୍ରକାର ଭାଇରସ ପାଲଟିଯାଇଛି । ଏହି ସିଜିନରେ ଆମେ ଅନେକ କ୍ୟାଚ ଛାଡ଼ିଛୁ । ଖେଳାଳିମାନେ ଚଳିତ ସିଜିନରେ କଠିନ ପରିଶ୍ରମ କରିଛନ୍ତି । ବିଚାର ଶଶାଙ୍କ ଯେଉଁଠିକି ଯାଉଛନ୍ତି ତାଙ୍କୁ ବଲ ପିଛା କରୁଛି । ହାମଷ୍ଟ୍ରିଙ୍ଗ୍ ରେ ଆଘାତ ପାଇଁ ସେ କିଛି ମ୍ୟାଚରୁ ବାଦ ପଡ଼ିଥିଲେ ଓ ତାଙ୍କୁ ସୁସ୍ଥ ହେବାକୁ କିଛି ସପ୍ତାହ ଲାଗିଥିଲା । ମ୍ୟାଚ ଖେଳିବା ପାଇଁ ସେ ଶାରୀରିକ ଭାବେ ଫିଟ ହେବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି ।ଗତ କିଛି ଦିନ ଧରି ତାଙ୍କୁ କ୍ୟାଚ ଡ୍ରିଲ ମଧ୍ୟ ଦିଆଯାଇଛି।"
ସେ କହିଛନ୍ତି, "ମୁଁ କୌଣସି ବାହାରଣ କରିବାକୁ ଚାହୁଁନି । ଆମେ କାଲି ରାତିରେ ଏଠାରେ ଅଭ୍ୟାସ କରିଥିଲୁ । ଏହି ପଡିଆକୁ ଆସିବାର ଏହା ହିଁ ସୁବିଧା ହୋଇଥାଏ । ସମସ୍ତଙ୍କୁ ଲାଇଟ ରେ ଅଭ୍ୟାସ କରିବାର ସୁଯୋଗ ମିଳେ ଓ ଏହି ପରିବେଶ ସହ ଖାପ ଖୁଆଇ ମ୍ୟାଚ ଖେଳିବାକୁ ସହଜ ହୁଏ । ତେଣୁ ଏହି ଭୁଲ ପାଇଁ କୌଣସି ବାହାନା କଲେ ଠିକ ହେବ ନାହିଁ । ଯେତେବେଳେ ଏଭଳି କ୍ୟାଚ ମିଳେ ତାକୁ ଧରିବା ଆବଶ୍ୟକ।"