ଭେଟେରାନ୍ ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଆଜି ତାଙ୍କର ୨୧ ବର୍ଷର ଡେଭିସ୍ କପ୍ କ୍ୟାରିୟରକୁ ଏକ ବିଜୟ ସହିତ ବିଦାୟ ଦେଇଛନ୍ତି। ଡେଭିସ୍ କପ୍ ର ଏହି ସଂସ୍କରଣରେ ୪୩ ବର୍ଷୀୟ ରୋହନ, ୟୁକି ଭାମବ୍ରିଙ୍କ ସହ ମରୋକୋ ବିପକ୍ଷ ପୁରୁଷ ଡବଲ୍ସ ମ୍ୟାଚ୍ ଜିତି କ୍ୟାରିୟରରୁ ଅବସର ନେଇଛନ୍ତି। ଡେଭିସ୍ କପ୍ ରେ ରୋହନ ବୋପାନ୍ନା ତାଙ୍କ କ୍ୟାରିୟରରେ ମୋଟ ୨୩ ଟି ମ୍ୟାଚ୍ ଖେଳିଥିଲେ । ଏହି ଅବଧିରେ, ୪୩ ବର୍ଷୀୟ ବୋପାନ୍ନା ୨୩ ଟି ମ୍ୟାଚ୍ ଜିତିଥିଲେ ଯେଉଁଥିରେ ୧୩ ଟି ଡବଲ୍ସ ମ୍ୟାଚ୍ ମଧ୍ୟ ସାମିଲ ଥିଲା । ମରୋକୋ ବିପକ୍ଷ ଏହି ମ୍ୟାଚକୁ ୬-୨ ଏବଂ ୬-୧ ରେ ପରାସ୍ତ କରି ମ୍ୟାଚ ଜିତିଥିଲେ।
ଡେଭିସ୍ କପ୍ର ଏହି ମ୍ୟାଚ୍ରେ ଭାରତୀୟ ପୁରୁଷ ଯୋଡିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ ରେ, ମରୋକୋ ଦଳ ଥରେ ମଧ୍ୟ ସେମାନଙ୍କ ସର୍ଭିସ ବଞ୍ଚାଇବାରେ ସଫଳ ହୋଇପାରିଲା ନାହିଁ । ବିଜୟ ପରେ, ବୋପାନ୍ନା ତାଙ୍କ ହାତରେ ତ୍ରିରଙ୍ଗା ଧରି ଖୁସି ବ୍ୟକ୍ତ କରିଥିଲେ । ଏହି ସମୟ ମଧ୍ୟରେ ଷ୍ଟାଡିୟମରେ ଅନେକ ଦର୍ଶକ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ଶେଷ ଡେଭିସ୍ କପ୍ ମ୍ୟାଚ୍ ଦେଖିବା ପାଇଁ ରୋହନ ବୋପାନ୍ନାଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ସମସ୍ତେ ସମାନ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ ବୋପାନ୍ନାଙ୍କର ଫଟୋ ଥିଲା ।
ଏହି ମ୍ୟାଚ୍ ପରେ ବୋପାନ୍ନା କହିଛନ୍ତି ଯେ ଆଜି ମୁଁ ଘରୋଇ ପଡିଆରେ ଖେଳୁଥିବାର ଅନୁଭବ କରୁଛି, କାରଣ ସମସ୍ତେ ଏଠାରେ ସମର୍ଥନ କରୁଥିଲେ । ମୋର ପରିବାର, ବନ୍ଧୁ ଏବଂ ଏପରିକି ପ୍ରଶଂସକମାନେ ମୋତେ ଉତ୍ସାହିତ କରିଥିଲେ । ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଏବଂ ମୁଁ ମୋ ଜୀବନରେ ଏହି ଦିନକୁ କେବେବି ଭୁଲି ପାରିବି ନାହିଁ ।
ଅଧିକ ପଢନ୍ତୁ, ଚଳିତ ଏସିଆ କପରେ ଚାମ୍ପିଅନ୍ ଭାରତ