ଚଳିତ ଏସିଆ କପରେ ଚାମ୍ପିଅନ୍ ଭାରତ । ଶ୍ରୀଲଙ୍କାକୁ ହରାଇ ୮ଥର ପାଇଁ ଟ୍ରଫି ଜିତିଛି ରୋହିତ ଶର୍ମାଙ୍କ ଦଳ । ୫୧ ରନର ଲଖ୍ୟକୁ ମାତ୍ର ୬.୧ ଓଭରରେ ଶେଷ କରିଛନ୍ତି ଭାରତୀୟ ଓପନର ଶୁଭମନ ଗିଲ ଓ ଈଶାନ କିଷାନ । ଦୁଇ ଯୁବ ଖେଳାଳି ସମୟ ନଷ୍ଟ ନକରି ୬.୧ ଓଭରରେ ମ୍ୟାଚକୁ ଶେଷ କରି ଭାରତକୁ ଚାମ୍ପିଅନ୍ କରିଦେଇଛନ୍ତି । ଏଥି ସହିତ ସୁନ୍ଦର ବୋଲିଙ୍ଗର ପ୍ରଦର୍ଶନ କରିଛନ୍ତି ମହମ୍ମଦ ଶିରାଜ । ସର୍ବାଧିକ ୬ ଟି ୱିକେଟ୍ ନେଇ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଙ୍ଗର ନିର୍ଣ୍ଣୟ ନେଇଥିଲା । ଆଉ ବୋଲିଙ୍ଗ ରେ କମାଲ କରି ଯଶପ୍ରୀତ ବୁମରା ପ୍ରଥମ ୱିକେଟ୍ ନେଇଥିଲା ଏବଂ ମହମ୍ମଦ ଶିରାଜ ୬ଟି ୱିକେଟ୍ ନେଇ ଶ୍ରୀଲଙ୍କା ଟିମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଯାହାଫଳରେ ଧରାଶାୟୀ ହୋଇପଡ଼ିଥିଲା ଶ୍ରୀଲଙ୍କା । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ଅଲ ଆଉଟ କରିଦେଇଛନ୍ତି । ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ପରେ ୨୦୨୩ ଏସିଆ କପ ଜିତି ୮ମ ଥର ବିଜେତା ହୋଇଛି ଭାରତ । ୧୯୮୪ ମସିହାରେ ମଧ୍ୟ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏସିଆ କପ ଜିତିଥିଲା । ଆଉ ୨୦୨୩ ମସିହାରେ ଶ୍ରୀଲଙ୍କାକୁ ହରାଇ ପୁଣି ଟ୍ରଫିକୁ ହାତେଇଛି ଭାରତ । ଈଶାନ କିଷାନ ୧୮ ବଳରେ ୨୩ ରନ କରିଥିବା ବେଳେ ଶୁଭମନ ଗିଲ ୧୯ ବଲରେ ୨୭ ରନ କରି ୧୦ ୱିକେଟ୍ ରେ ମ୍ୟାଚ୍କୁ ଜିତେଇଛନ୍ତି ।
ଅଧିକ ପଢନ୍ତୁ,ଶ୍ରୀଲଙ୍କା ଟିମର ମେରୁଦଣ୍ଡ ଭାଙ୍ଗିଲେ ମହମ୍ମଦ ଶିରାଜ