ପ୍ରସିଦ୍ଧ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲ ୨୦୨୫ ସଂସ୍କରଣର ଲଖ୍ନୌ ସୁପର ଜିଆଣ୍ଟସରେ ପ୍ରତିନିଧିତ୍ବ କରିବା ନେଇ ସନ୍ଦେହ ଉପୁଜିଛି। ଲଖ୍ନୌ ସୁପର ଜିଆଣ୍ଟସ ଆଗାମୀ ସଂସ୍କରଣରେ ରାହୁଲଙ୍କୁ ଖେଳାଳି ହିସାବରେ ପ୍ଲେଇଂ ଇଲେଭେନରେ ସାମିଲ କରିବ, ମାତ୍ର ସେ ଅଧିନାୟକ ପଦରେ ରହିବେ କି ନାହିଁ ଏନେଇ ସନ୍ଦେହ ଉପୁଜିଛି। ସେ ବାର୍ତ୍ତମାନ ଖେଳ ଉପରେ ସମ୍ପୂର୍ଣ ଧ୍ୟାନ ଦେବାପାଇଁ ଚାହାନ୍ତି। ଅଧିନାୟକ ପଦରେ ଥିବା ବେଳେ ଅତ୍ୟଧିକ ଚାପରେ ସେ ଉପଯୁକ୍ତ ପ୍ରଦର୍ଶନ କରିପାରିନଥିଲେ। ୨୦୨୪ ଆଇପିଏଲ ସଂସ୍କରଣରେ ଲଖ୍ନୌ ସୁପର ଜିଆଣ୍ଟସ ପଏଣ୍ଟ ଟେବଲରେ ଷଷ୍ଠ ସ୍ଥାନରେ ରହି ପ୍ଲେ ଅଫରୁ ବାଦ ପଡିଥିଲା।
ସୂଚନାଯୋଗ୍ୟ ସୋମବାର କେଏଲ ରାହୁଲ ଓ ସିଇଓ ସଞ୍ଜୟ ଗୋଏଙ୍କାଙ୍କ ମଧ୍ୟରେ ଏକ ସାକ୍ଷାତ୍କାର ହୋଇଥିଲା। ସେଥିରେ ଅଧିନାୟକ ତଥା ଦଳରେ ସାମିଲ ହୋଇ ରହିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ଏହି ସଂସ୍କରଣରେ ଅଧିନାୟକ ପଦରୁ ରାହୁଲ ହଟିବା ନେଇ ଖବର ବିଶ୍ୱସ୍ତ ସୂତରୁ ପ୍ରକାଶ ପାଉଥିବା ବେଳେ ସେ ଲଖ୍ନୌ ପାଇଁ ଖେଳ ଜାରିରଖିବେ। ଗୋଏଙ୍କା ମଧ୍ୟ ରାହୁଲଙ୍କୁ ନେଇ ବେଶ ଆଶାବାଦୀ ଅଛନ୍ତି ସେ ନିଶ୍ଚିତ ରୂପେ ଦଳର ଅଂଶ ହୋଇରହିବେ ବୋଲି ପ୍ରକାଶ କରିଛନ୍ତି।
ତେବେ ରାହୁଲଙ୍କ ପରେ ଅଧିନାୟକ ଦୋୖଡରେ କୃନାଲ ପାଣ୍ଡ୍ୟା ଓ ନିକୋଲାସ ପୂରନ ଚର୍ଚ୍ଚିତ ଅଛନ୍ତି। ତେବେ ଲଖ୍ନୌ ଆଗାମୀ ସଂସ୍କରଣ ରେ ନୂତନ ଅଧିନାୟକ ସହ ମଇଦାନକୁ ଓଲ୍ହେଇବ।