ଆଇପିଏଲ୍ ୨୦୨୪ ର ୨୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ସହ ମୁକାବିଲା କରିବ । ଇଣ୍ଡିଆନ୍ ପ୍ରିମିୟର ଲିଗର 'ଏଲ୍ କ୍ଲାସିକୋ' ମ୍ୟାଚ୍ ୱାନଖେଡେ ଗ୍ରାଉଣ୍ଡରେ ଖେଳାଯିବ। ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ମୁମ୍ବାଇ ପୁଣି ଥରେ ଟ୍ରାକକୁ ଫେରିଛି । ଅନ୍ୟପକ୍ଷରେ ଚେନ୍ନାଇ ଏହାର ଶେଷ ମ୍ୟାଚରେ କୋଲକାତାକୁ ୭ ରନରେ ପରାସ୍ତ କରିଥିଲା ।
ୱାନଖେଡେର ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଏକ ସ୍ୱର୍ଗ ବୋଲି ବିବେଚନା କରାଯାଏ । ଏହି ଗ୍ରାଉଣ୍ଡରେ ବ୍ୟାଟ ଓ ବଲ ମଧ୍ୟ ଭଲ ସଂଯୋଗ ହେଉଥିବାରୁ ଅନେକ ମ୍ୟାଚରେ ଚୌକା ଓ ଛକ୍କାର ବର୍ଷା ଦେଖିବାକୁ ମିଳେ । ଶେଷ ମ୍ୟାଚରେ ମୁମ୍ବାଇ ୱାନଖେଡେରେ ଆରସିବି ବିପକ୍ଷରେ ୧୯୭ ରନର ଟାର୍ଗେଟକୁ ମାତ୍ର ୧୫.୩ ଓଭରରେ ଚେଜ କରିଥିଲା ।
ଲଗାତାର ୩ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାକକୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ପରାସ୍ତ କରିବା ପରେ ମୁମ୍ବାଇ ଆରସିବିକୁ ୭ ୱିକେଟରେ ପରାସ୍ତ କରିଛି। ଶେଷ ମ୍ୟାଚରେ ମୁମ୍ବାଇର ବ୍ୟାଟ୍ସମ୍ୟାନ ମାନେ ଫୁଲ ଫର୍ମରେ ନଜର ଆସିଥିଲେ। ଇଶାନ କିଶନ ୬୯ ରନର ଦ୍ରୁତ ଇନିଂସ ଖେଳିଥିବାବେଳେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଆଜି ସନ୍ଧ୍ୟାରେ ମ୍ୟାଚ ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।
ଅଧିକ ପଢନ୍ତୁ : ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ