ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ୨୦୨୪ ରେ ଭଲ ଆରମ୍ଭ କରିନାହିଁ। ପାଞ୍ଚ ଥର ବିଜେତା ମୁମ୍ବାଇ ପ୍ରଥମେ ଗୁଜୁରାଟ ଏବଂ ପରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜୟର ଶିକାର ହୋଇଛି । ମୁମ୍ବାଇ ଚଳିତ ଆଇପିଏଲର ପ୍ରଥମ ବିଜୟ ପାଇଁ ଆଜି ନିଜ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଛି । ଅନ୍ୟପକ୍ଷରେ ରାଜସ୍ଥାନ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ୱାନଖେଡେରେ ପହଞ୍ଚିଛି।
ୱାନଖେଡେରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ୧୪ ତମ ମ୍ୟାଚ ଖେଳାଯିବ । ୱାନଖେଡେରେରେ ଅନେକ ସମୟରେ ବଡ ସ୍କୋର ଦେଖିବାକୁ ମିଳେ। ଏହି ଗ୍ରାଉଣ୍ଡରେ ରନ ନିୟନ୍ତ୍ରଣ କରିବା ବୋଲରମାନଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ହୋଇଥାଏ । ତେଣୁ ଆଜିର ମ୍ୟାଚରେ ବଡ ସ୍କୋର ଦେଖିବାକୁ ମିଳିପାରେ । ୱାନଖେଡେରେ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୦୯ ଟି ମ୍ୟାଚ ଖେଳାଯାଇଛି। ଏଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୫୦ ଟି ମ୍ୟାଚରେ ଜିତିଥିବାବେଳେ ଦ୍ଵିତୀୟ ବ୍ୟାଟିଂ କରୁଥିବା ଦଳ ୫୯ ଟି ମ୍ୟାଚ ଜିତିଛି।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ଦଳର ବୋଲରମାନେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ମୁମ୍ବାଇର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ଦଳ ୨୭୮ ରନର ଲକ୍ଷ୍ୟକୁ ପିଛା କରି ୨୪୬ ରନ ସ୍କୋର କରିଥିଲା ।
ଅଧିକ ପଢନ୍ତୁ : ଚେନ୍ନାଇକୁ ହରାଇ ଖାତା ଖୋଲିଲା ଦିଲ୍ଲୀ