ରବିବାର ସନ୍ଧ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଋଷବ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଚେନ୍ନାଇକୁ ୨୦ ରନରେ ପରାସ୍ତ କରିଛି । ବିଶାଖାପାଟନମ୍ ରେ ଖେଳାଯାଇଥିବା ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟରୁ ଛକ୍କା ବର୍ଷ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଦିଲ୍ଲୀର ଅଧିନାୟକ ମଧ୍ୟ ଏକ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଥିଲେ । ଦିଲ୍ଲୀକୁ ଜିତିବାରେ ସାହାଯ୍ୟ କରିଥିବା ଖଲିଲ ଏହମଦଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।
ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ ଦିଲ୍ଲୀ ଅଧିନାୟକ ଋଷବ ପନ୍ତ । ପୃଥ୍ଵୀ ଶ ଓ ଡେଭିଡ ୱାର୍ନର ଆଟାକିଙ୍ଗ ବ୍ୟାଟିଂ କରିବା ସହ ଦିଲ୍ଲୀ ପାଇଁ ୯୩ ରନ ଯୋଡିଥିଲେ । ପୃଥ୍ଵୀ ଶ ୨୭ ବଲରେ ୪୩ ରନ ସଂଗ୍ରହ କରିଥିଲେ ଓ ଡେଭିଡ ୱାର୍ନର ୩୫ ବଲରେ ୫୨ ରନ ସଂଗ୍ରହ କରିଥିଲେ । ଏହା ପରେ ପନ୍ତ ୩୨ ବଲରେ ୫୧ ରନ ସ୍କୋର କରିଥିଲେ। ମିଚିଲ ମାର୍ଶ ୧୨ ବଲରେ ୧୮ ରନ କରି ପଥିରାନାଙ୍କ ଶିକାର ହୋଇଥିଲେ । ଚେନ୍ନାଇ ପକ୍ଷରୁ ପଥିରାନା ଗୋଟିଏ ଓଭରରେ ୨ଟି ୱିକେଟ୍ ନେବା ସହ ଦିଲ୍ଲୀକୁ ୧୯୧ ରନରେ ସୀମିତ କରିବାରେ ସଫଳ ହୋଇଥିଲେ । ଅଜୀଙ୍କ୳୲ ରାହାନେ ୪୫ ରନ କରିଥିବାବେଳେ ଡ୍ୟାରିଲ ମିଚିଲ ୩୪, ଶିବମ ଦୁବେ ୧୮ ଓ ରବୀନ୍ଦ୍ର ଜାଡେଜା ୨୧ ରନ ସଂଗ୍ରହ କରିଥିଲେ । ଶେଷରେ ବ୍ୟାଟିଂ କରିବାକୁ ଆସିଥିଲେ ମହେନ୍ଦ୍ର ସିଂ ଧୋନି । ୧୬ ବଲରେ ୩୭ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୪ଟି ଚୌକ ଓ ୩ ଟି ଛକ୍କା ସାମିଲ ଥିଲା । ଦିଲ୍ଲୀ ପକ୍ଷରୁ ଅକ୍ସର ପଟେଲ ଗୋଟିଏ, ମୁକେଶ କୁମାର ୩ଟି ଓ ଖଲିଲ ଏହମଦ ୨ଟି ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ୭ ୱିକେଟ୍ ରେ ବାଜି ମାରିଛି ଗୁଜୁରାଟ ଟାଇଟନ୍ସ