ଭାରତୀୟ ଅଣ୍ଡର -୧୯ କ୍ରିକେଟ୍ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି । ରବିବାର ଦୁଇ ଯୁବ ଦଳର ତାରକା ମାନେ ଇତିହାସରେ ସେମାନଙ୍କ ନାଁ ଲେଖିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷ କରି ଭାରତୀୟ ଖେଳାଳି ମାନେ ବେଶ ଉତ୍ସାହିତ ଅଛନ୍ତି କାରଣ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଅଷ୍ଟ୍ରେଲିଆ ବିପକ୍ଷରେ ସିନିୟର ଦଳର ପରାଜୟର ପ୍ରତିଶୋଧ ନେବା ପାଇଁ । ଚଳିତ ବର୍ଷ ଅଣ୍ଡର ୧୯ ଭାରତୀୟ ଖେଳାଳି ମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ସ୍ୱରୂପ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଅଧିନାୟକ ଉଦୟ ସହରନ ଭଲ ବ୍ୟାଟିଂ କରିବା ସହ ଦକ୍ଷ ଅଧିନାୟକର ପରିଚୟ ଦେଇଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମ୍ୟାଚରେ କମ ରନରେ ୪ଟି ୱିକେଟ୍ ଯାଇଥିଲେ ମଧ୍ୟ ଭାରତୀୟ ଅଧିନାୟକ ଉଦୟ ସହରନ ଏବଂ ସଚିନ ଧାସ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି ଭାରତକୁ ବିଜୟୀ କରିଥିଲେ । ଆଉ ଏବେ ଲକ୍ଷ୳ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ ଉପରେ । ଚଳିତ ଅଣ୍ଡର ୧୯ ବିଶ୍ୱକପ ଜିତିଲେ ଭାରତ ଷଷ୍ଠ ଥର ପାଇଁ ଚମ୍ପିୟାନ ହେବ । ପୂର୍ବରୁ ମହମ୍ମଦ କେଫ, ବିରାଟ କୋହଲି , ଉନ୍ମୁକ୍ତ ଚାନ୍ଦ, ପୃଥ୍ଵୀ ସ ଏବଂ ୟଶ ଧୂଲ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିସାରିଛନ୍ତି । ଚଳିତ ବର୍ଷ ଉଦୟ ସହରନ ଜିତିଲେ ଅଣ୍ଡର ୧୯ ବିଶ୍ୱକପ ବିଜୟୀ ଅଧିନାୟକ ତାଲିକାରେ ନିଜ ନାଁ ସାମିଲ କରିବେ ।
ଅଧିକ ପଢନ୍ତୁ : ପଥୁମ ନିସଙ୍କାଙ୍କ ଦ୍ବୀଶତକର ପ୍ରଶଂସା କଲେ ସନଥ ଜୟସୁରିୟା