ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ଦ୍ବୀଶତକ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ପଥୁମ ନିସଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀଲଙ୍କା ପାଇଁ ଦ୍ବୀଶତକ କରିଥିବା ପ୍ରଥମ ଖେଳାଳି ହୋଇଥିବାରୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ମ୍ୟାଚ ସମୟରେ ଲାଇଭ ମ୍ୟାଚକୁ ଦେଖୁଥିବାରୁ ନିଜକୁ ସୌଭାଗ୍ୟସାଳି ମନେ କରିଛନ୍ତି ଜୟସୁରିୟା ।
ଦିନିକିଆ କ୍ରିକେଟରେ ଶ୍ରୀଲଙ୍କା ପାଇଁ ଗୋଟିଏ ମ୍ୟାଚରେ ସର୍ବାଧିକ ରନ କରିଥିବା ଜୟସୁରିୟାଙ୍କ ୨୪ ବର୍ଷର ରେକର୍ଡକୁ ଭାଙ୍ଗିଛନ୍ତି ପଥୁମ ନିସଙ୍କା । ଜୟସୁରିୟା ୨୦୦୦ ରେ ଶାରଜାରେ ଭାରତ ବିପକ୍ଷରେ ୧୮୯ ରନ କରିଥିଲେ । ଯାହା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ତାଙ୍କ ରେକର୍ଡ ଭାଙ୍ଗିଥିବାରୁ ଜୟସୁରିୟା ନିସଙ୍କାଙ୍କୁ ପ୍ରଶଂସା କରିଛନ୍ତି ।
ଆଫଗାନିସ୍ତାନ ବିପକ୍ଷରେ ପଲ୍ଳେକେଲେ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚରେ ପଥୁମ ନିସଙ୍କା ୧୩୯ ବଲରେ ଅପରାଜିତ ୨୧୦ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୮ ଛକା ଏବଂ ୨୦ ଚୌକ ସାମିଲ ଥିଲା । ଏହା ହେଉଛି ତୃତୀୟ ଦ୍ରୁତତମ ଦ୍ବୀଶତକ | ଏହାପୂର୍ବରୁ ଇଶାନ କିଶନ ଏବଂ ଗ୍ଲେନ ମ୍ୟାକ୍ସୱେଲ ଦ୍ରୁତତମ ଦ୍ୱିଶତକ ହାସଲ କରିଛନ୍ତି। ପଥୁମ ନିସଙ୍କା ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ୧୦ତମ ଖେଳାଳି ହୋଇଛନ୍ତି ।
ଅଧିକ ପଢନ୍ତୁ : ଇଂଲଣ୍ଡ ବିପକ୍ଷରେ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ