ଇଂଲଣ୍ଡ ବିପକ୍ଷରେ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଶନିବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବାକୁ ଥିବା ଭାରତୀୟ ଦଳରୁ ଶ୍ରେୟସ୍ ଆୟର ଏବଂ ସୌରଭ କୁମାର ବାଦ ପଡିଛନ୍ତି । ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିବା ବିରାଟ କୋହଲି ଅବଶିଷ୍ଟ ସିରିଜରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।
ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିରାଟଙ୍କ ଅନୁପସ୍ଥିତି ଦର୍ଶାଇଥିବାବେଳେ ବୋର୍ଡ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଛି ।ବୋର୍ଡ ଆହୁରି ମଧ୍ୟ କହିଛି ଯେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି ସତ କିନ୍ତୁ ବିସିସିଆଇ ମେଡିକାଲ ଟିମ ସେମାନଙ୍କୁ ସଂପୂର୍ଣ୍ଣ ସୁସ୍ଥ ଘୋଷଣା କରିବା ପାଇବା ପରେ ସେମାନେ ଦଳରେ ଅନ୍ତର୍ଭୁକ୍ତ ହେବେ। ଅବଶିଷ୍ଟ ତିନୋଟି ଟେଷ୍ଟ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି ଯେଉଁଥିରେ ପ୍ରଥମ ଥର ପାଇଁ ଆକାଶ ଦୀପଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଫେବୃଆରୀ ୧୫ ରୁ ରାଜକୋଟରେ ଆରମ୍ଭ ହେବ । ଏହା ପରେ ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ | ମାର୍ଚ୍ଚ ୭ ରୁ ଧର୍ମଶାଳାରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜରେ ସମାନ ସ୍ତିତିରେ ଅଛନ୍ତି ।
ଶେଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ : - ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା, ୟଶସ୍ଵୀ ଜେସୱାଲ, ଶୁବମନ ଗିଲ, କେ.ଏଲ୍ ରାହୁଲ , ରଜତ ପାଟିଦାର, ସର୍ଫରାଜ ଖାନ, ଧ୍ରୁଭ ଜୁରେଲ, କେ.ଏସ୍ ଭରତ, ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା , ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ ମୁକେଶ କୁମାର ଏବଂ ଆକାଶଦୀପ
ଅଧିକ ପଢନ୍ତୁ : ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କଲା ଭାରତ