ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ଜଣେ ବିଦେଶିନୀଙ୍କ ପ୍ରେମରେ ହାର୍ଦ୍ଦିକ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛନ୍ତି । ସେ ହେଉଛନ୍ତି ବ୍ରିଟିଶ କଣ୍ଠ ଶିଳ୍ପୀ ତଥା ଟିଭି କଳକାର ଜାସ୍ମିନ୍ ୱାଲିଆ । ଆଇସିସି ଚାମ୍ପିଅନ୍ସରେ ଟ୍ରଫିରେ ଟିମ୍ ଇଣ୍ଡିଆକୁ ସେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।
ଜାସ୍ମିନ୍ ଏବଂ ହାର୍ଦ୍ଦିକଙ୍କ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସେ ଜଣେ ପ୍ରସିଦ୍ଧ ବ୍ରିଟିଶ୍ ଗାୟିକା ଅଟନ୍ତି । ଏହା ସହିତ ସେ ବଲିଉଡରେ ମଧ୍ୟ କାମ କରି ସାରିଛନ୍ତି । ସୋନୁ କି ଟୀଟୁ କି ସ୍ୱୀଟିରେ ସେ ଅଭିନୟ କରିଛନ୍ତି । ଗତ ବର୍ଷ ଦୁଇ ଜଣ ଛୁଟି ସମୟରେ ଗ୍ରୀସରେ ବୁଲୁଥିବାରୁ ଫଟୋ ଏକା ସାଙ୍ଗେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କିଛି ଚାଲିଥିବା ସନ୍ଦେହ କରାଯାଇଥିଲା । ଗତକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ମୁକାବିଲାରେ ଜାସ୍ମିନ ସ୍ପଟ୍ ଲାଇଟକୁ ଆସିଥିଲେ । ସେ ଭାରତକୁ ସମର୍ଥନ କରୁଥିବା ଦେଖାଯାଇଛି । ତେବେ ଉଭୟ ନିଜର ସମ୍ପର୍କକୁ ନେଇ ଏ ଯାଏ ମୁହଁ ଖୋଲି ନାହାଁନ୍ତି ।
୨୦୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଅଭିନେତ୍ରୀ ନତାସା ଷ୍ଟାଙ୍କୋଭିକଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ମାତ୍ର ଏହି ସମ୍ପର୍କ ଅଧିକ ଦିନ ତିଷ୍ଟି ରହିପାରିନଥିଲା । ୨୦୨୪, ଜୁଲାଇରେ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।