ଚେନ୍ନାଇ ସୁପର କିଂଗ୍ସକୁ ଆଉ ଏକ ଝଟ୍‌କା : ରୈନାଙ୍କ ପରେ ହରଭଜନ ବି ଖେଳିବେନି ଆଇପିଏଲ୍
Khabar Odisha:harbhajan-singh-quit-ipl
ନୂଆଦିଲ୍ଲୀ :

ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି | ଇତି ମଧ୍ୟରେ ଚେନ୍ନାଇ ସୁପରକିଂଗ୍ସ ଅଡୁଆରେ ପଡିଯାଇଛି | ଟିମର ସମସ୍ୟା ବଢିଯାଇଛି | କରୋନା ପରେ ଜଣେ ପରେ ଜଣେ ଖେଳାଳି ଆଇପିଏଲର ଏହି ସିଜନ ନ ଖେଳିବାକୁ ନିଷ୍ପତ୍ତି କରୁଛନ୍ତି | ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପରକିଂଗ୍ସର ବୋଲର ହରଭଜନ ସିଂହ ମଧ୍ୟ ଟିମରୁ ବାହାରି ଯାଇଛନ୍ତି | କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜକୁ ଆଇପିଏଲ ସିଜନରୁ ଦୁରେଇ ଦେଇଛନ୍ତି |

ସଂଯୁକ୍ତ ଆରବ ଇମିରେଟ୍ସ ଯିବା ପୂର୍ବରୁ ଚେନ୍ନାଇ ସୁପରକିଂଗ୍ସ ଟିମ ପାଇଁ ତାମିଲନାଡୁ ଚେପୁକରେ ୫ ଦିନିଆ ଟ୍ରେନିଂ କ୍ୟାମ୍ପ ଥିଲା | ହରଭଜନ ସିଂହ ଓ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ସେଠାରେ ପହଞ୍ଚିନଥିଲେ | ଜଡେଜା ଟିମ ସହ ୟୁଏଇ ପହଞ୍ଚିଥିଲେ କିନ୍ତୁ ହରଭଜନ ସିଂହ ଭାରତରେ ହିଁ ଥିଲେ | ହରଭଜନ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି |
ରୈନା ଓ ହରଭଜନ ଟିମରେ ନଥିବାରୁ ଟିମର ସମସ୍ୟା ବଢିଯାଇଛି | ସୁରେଶ ରୈନା ଟିମର ୩ ନମ୍ବରର ନିୟମିତ ବ୍ୟାଟ୍ସମ୍ୟାନ | ତାଙ୍କୁ ମିସ୍ଟର ଆଇପିଏଲ ମଧ୍ୟ କୁହାଯାଏ | ହରଭଜନ ଟିମର ଷ୍ଟାର ଖେଳାଳିମାନଙ୍କ ମଧ୍ୟରୁ ଜଣେ | ଗତ ସିଜନରେ ହରଭଜନ ୧୬ଟି ୱିକେଟ୍ ହାସଲ କରିଥିଲେ | ଆଇପିଏଲ ସିଜନରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳିମାନଙ୍କ ମଧ୍ୟରେ ହରଭଜନ ତୃତୀୟ ସ୍ଥାନରେ ଅଛନ୍ତି | ଚଳିତ ବର୍ଷ ଆଇପିଏଲ ୟୁଏଇରେ ୩ଟି ଭିନ୍ନ ଭିନ୍ନ ଜାଗାରେ ଖାଲି ଷ୍ଟାଡିୟମରେ ଖେଳାଯିବ | ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁ ହେବାକୁଥିବା ଆଇପିଏଲ ପାଇଁ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି |

Subscribe

National International State Sports Entertainment