କଟକ: ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦମଦାର ଆରମ୍ଭ କରିଛି । ଦଳ ବେନ ଡକେଟଙ୍କ ଦ୍ରୁତ ଅର୍ଦ୍ଧଶତକ ଇନିଂସ ବଳରେ ଗୋଟିଏ ୱିକେଟ୍ ହରାଇ ୧୫ ଓଭରରେ ୯୮ ରନ କରିଛି । ବେନ ଡକେଟ୍ ୬୩ ରନ ଏବଂ ଜୋ ରୁଟ୍ ୫ ରନ କରି ଖେଳୁଛନ୍ତି । ଭାରତ ପକ୍ଷରୁ ଏକମାତ୍ର ସଫଳତା ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଛି । ଫିଲିପ ସଲ୍ଟ ୨୬ ରନ କରି ଆଉଟ୍ ହୋଇଛନ୍ତି ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ନିରାଶ କରି ପ୍ରଥମ ୱିକେଟ୍ ପାଇଁ ୮୧ ରନ ଯୋଡିଥିଲେ । ସଲ୍ଟଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟପଟେ ଡକେଟ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହିତ ୬୩ ରନ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଆଜିର ମ୍ୟାଚରେ ଭ ।ରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ବିରାଟ କୋହଲି ଦଳକୁ ଫେରିବା ପରେ ଯଶସ୍ୱୀ ଜୟସ୍ୱାଲଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ ଆଜି ଦିନିକିଆରେ ପଦାର୍ପଣ କରିଛନ୍ତି । କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି ।
ଭାରତ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ।