ମହିଳା ପ୍ରିମିୟର ଲିଗ ୨୦୨୪ ର ଶେଷ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ , ଗୁଜୁରାଟ ଜାଏଣ୍ଟସକୁ ୭ ୱିକେଟରେ ପରାସ୍ତ କରିଛି । ୧୩.୧ ଓଭରରେ ଗୁଜୁରାଟ ଦେଇଥିବା ୧୨୭ ରନର ଲକ୍ଷ୍ୟକୁ ହାସଲ କରିଛନ୍ତି ଦିଲ୍ଲୀର ବ୍ୟାଟ୍ସମ୍ୟାନ। ଦଳ ପକ୍ଷରୁ ଶେଫାଳି ବର୍ମା ଏକ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୩୭ ବଲରେ ୭୧ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ୧୨୭ ରନର ଲକ୍ଷକୁ ପିଛା କରି ମେଗ ଲ୍ୟାନିଙ୍ଗ ୧୮ ରନରେ ୱିକେଟ୍ ହରାଇଥିଲେ । ଏହା ପରେ ଶେଫାଳି ବର୍ମା ବିସ୍ଫୋଟକ ବ୍ୟାଟିଂ କରିଥିଲେ । ଯେମିମା ମଧ୍ୟ ୨୮ ବଲରେ ୩୮ ରନ ସଂଗ୍ରହ କରିଥିଲେ । ଏହି ବିଜୟ ସହ ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଛି । ଶେଫାଳି ବର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ମହିଳା ପ୍ରିମିୟର ଲିଗର ଦ୍ଵିତୀୟ ସଂସ୍କରଣର ଫାଇନାଲ ୧୭ ମାର୍ଚ୍ଚରେ ଦିଲ୍ଲୀରେ ଖେଳାଯିବ । ଏଲିମିନେଟର ମ୍ୟାଚରେ ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ ହେବେ । ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ସନ୍ଧ୍ୟା ୭.୩୦ ରେ ଖେଳାଯିବ । ଏଲିମିନେଟରରେ ବିଜୟୀ ଦଳ ଦିଲ୍ଲୀକୁ ଫାଇନାଲରେ ଭେଟିବେ । ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଂଡିଆନ୍ସ ବିଜେତା ହୋଇଥିବାବେଳେ ଚଳିତ ବର୍ଷର ବିଜେତା କିଏ ହେବ ତାହା ୧୭ ମାର୍ଚ୍ଚରେ ଜଣାପଡିବ ।
ଅଧିକ ପଢନ୍ତୁ : WPLରେ ରେକର୍ଡ କଲେ ଦୀପ୍ତି ଶର୍ମା