ଭାରତୀୟ ମହିଳା କ୍ରିକେଟର ତଥା ୟୁପି ୱାରିୟର୍ସର ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗ (WPL)ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। WPL ଇତିହାସରେ ଈଶୀ ୱଙ୍ଗଙ୍କ ପରେ ଦ୍ୱିତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି ଦୀପ୍ତି ଶର୍ମା। ତେବେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦୀପ୍ତି ହ୍ୟାଟ୍ରିକ ୱିକେଟ ନେଇ WPL ଇତିହାସରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି।
ଦୀପ୍ତି ଏହି ମ୍ୟାଚରେ ୫୯ ରନ୍ ସଂଗ୍ରହ କରିବା ସହିତ ମାତ୍ର ୧୯ ରନ୍ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ। ୨୬ ବର୍ଷୀୟା ଦୀପ୍ତି ୧୪ତମ ଓଭରର ଶେଷ ବଲରେ ଦିଲ୍ଲୀ କ୍ୟାପିଟାଲ୍ସର ମେଗ ଲେନିଙ୍ଗଙ୍କୁ ୬୦ ରନରେ ଆଉଟ୍ କରିବା ପରେ ୧୯ତମ ଓଭରରେ ଲଗାତର ୩ଟି ୱିକେଟ ନେଇ ସେ ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ଦୀପ୍ତି ତୃତୀୟ ବଲରେ ରାଧା ଯାଦବଙ୍କୁ, ଚତୁର୍ଥ ବଲରେ ଜେସ ଜନସନଙ୍କୁ ଓ ପଞ୍ଚମ ବଲରେ ତୁତାସ ସାଧୁଙ୍କ ଆଉଟ୍ କରିଥିଲେ । ଦୀପ୍ତିଙ୍କ ଏହି ଉଚ୍ଚକୋଟୀର ପ୍ରଦର୍ଶନ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ରୋମାଞ୍ଚଭରା ମ୍ୟାଚରେ ୟୁପି ୱାରିୟର୍ସ ୧ ରନରେ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା। ତେବେ WPL ୨୦୨୪ର ଖେଳାଯାଇଥିବା ମ୍ୟାଚ୍ ଗୁଡିକ ମଧ୍ଯରୁ ଏହା ସର୍ବୋତ୍ତମ ମ୍ୟାଚ୍ ବୋଲି କ୍ରିକେଟପ୍ରେମୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ: ପ୍ରଥମ AI ଏୟାର ହୋଷ୍ଟେସ୍ ସମା ୨.୦