ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଆସିଛି AI ଏୟାର ହୋଷ୍ଟେସ୍। କାତାର ଏୟାରୱେଜ୍ରେ ଦେଖୁବାକୁ ମିଳୁଛି ଳୁଛି ଏଆଇ ପରିଚାଳିତ ଏକ ଡିଜିଟାଲ ମାନବ ଏୟାର ହୋଷ୍ଟେସ୍ । କ୍ୟାବିନ୍ କର୍ମଚାରୀ ରୂପେ ଲଞ୍ଚ୍ କରାଯାଇଥିବା ଏହି AIର ନାମ ହେଉଛି ସମା ୨.୦। ଏହି ଏୟାର ହୋଷ୍ଟେସ ହେଉଛି ଏକ ହୋଲୋଗ୍ରାଫିକ୍ ଛବି ଯାହା ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ କରିବାରେ ସହାୟକ ହେବ। ତେବେ ଏହାକୁ କାତାର ଏୟାରୱେଜ୍ ରେ ସାମିଲ କରାଯାଇଥିବା ସୂଚନା ମିଳିଛି।
ଏହି AI ସମା ୨.o କାତାର ଏୟାରୱେଜ୍କୁ ନେଇ ପଚରାଯାଉଥିବା ପ୍ରଶ୍ନର ସଠିକଉତ୍ତର ସହିତ ଲକ୍ଷ୍ୟସ୍ଥଳ ଓ ଅନେକ ଟିପ୍ସ ମଧ୍ୟଦେବ। ITB ବର୍ଲିନ ଟ୍ରାଭେଲ୍ ଆଣ୍ଡ୍ ଟ୍ରେଡ୍ ମେଳାରେ ଏହି ଏୟାର ହୋଷ୍ଟେସ୍ ସମା ୨.୦କୁ ଲଞ୍ଚ୍ କରାଯାଇଛି। ତେବେ ଏହା କାତାର ଏୟାରୱେଜ୍ ର ଡିଜିଟାଲ ପ୍ଲାଟ୍ଫର୍ମ କ୍ୟୁଭର୍ସ ଜରିଆରେ ସେବା ପାଇଁ ଉପଲବ୍ଧ ହେବ। ଏୟାରଲାଇନ୍ର ମୋବାଇଲ ଆପ୍ ଜରିଆରେ ମଧ୍ଯ ଯାତ୍ରୀ ଏହାର ସାହାଯ୍ୟ ନେଇପାରିବେ। ନ୍ୟୁଜିଲ୍ୟାଣ୍ଡର ଇଣ୍ଟେଲିଜେଣ୍ଟ ଏଆଇ ଇଣ୍ଟର୍ଫେସ୍ କମ୍ପାନି ୟୁନିକ୍ର ସହଭାଗିତାରେ ଏହି AI ଏୟାର ହୋଷ୍ଟେସ୍ ବିକଶିତ ହୋଇଛି। ତେବେ ସମା ୨.o ଇଂରାଜୀ ଭାଷାରେ ପାରଙ୍ଗମ ଥିବା ବେଳେ ଚଳିତ ବର୍ଷ ଏହାକୁ ଆରବିକ୍ ଭାଷା ସହିତ ଅନ୍ୟ ଭାଷାରେ ମଧ୍ୟ ଦକ୍ଷ କରାଯିବ ବୋଲି ସୂଚନା ମିଳିଛି। ୟୁନିକ୍ କମ୍ପାନିର ରିୟଲ-ଟାଇମ୍, ଆନିମେସନ୍ ଟେକ୍ନୋଲୋଜି ସିନୋନିମ୍ ଦ୍ବାରା ପରିଚାଳିତ ଜେନେରେଟିଭ୍ ଜରିଆରେ ସମା ଯାତ୍ରୀଙ୍କ ସହ ବାର୍ତାଳାପ କରୁଥିବା ସୂଚନା ଦେଇଛନ୍ତି କାତାର ଏୟାରୱେଜ୍ର ମାର୍କେଟିଂ ଭାଇସ୍ ପ୍ରେସିଡେଣ୍ଟ୍ ବାବର ରେହମାନ।
ଅଧିକ ପଢନ୍ତୁ: ଭାରତକୁ ମିଳିଲା ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ଆୱାର୍ଡ