ଭାରତକୁ ମିଳିଛି ସମ୍ମାନଜନକ ମିଜଲ୍ସ ଏବଂ ରୁବେଲା ଚାମ୍ପିୟନ ଆୱାର୍ଡ। ଗତ ମାର୍ଚ୍ଚ ୬ ତାରିଖରେ ଆମେରିକାସ୍ଥିତ ୱାଶିଂଟନରେ ଥିବା ରେଡକ୍ରସ୍ ମୁଖ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମିଜଲ୍ସ ଏବଂ ରୁବେଲା ରୋଗର ମୁକାବିଲା ଦିଗରେ ଭାରତର ଅଗ୍ରିମ ତଥା ଉଲ୍ଲେଖନୀୟ ପ୍ରୟାସ ପାଇଁ ଭାରତକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୬ ତାରିଖରେ ଦିଆ ଯାଇଥିବା ଏହି ସମ୍ମାନଜନକ ପୁରସ୍କାରକୁ ଭାରତର ରାଷ୍ଟ୍ରଦୂତ ଶ୍ରୀପ୍ରିୟା ରଙ୍ଗନାଥନ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, " ଜନସ୍ୱାସ୍ଥ୍ୟ ଏବଂ ପିଲାମାନଙ୍କ ମଧ୍ୟରେ ସଂକ୍ରାମକ ରୋଗର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଅତୁଟ ପ୍ରତିବଦ୍ଧତା ଯୋଗୁଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ମିଜଲ୍ସ ଓ ରୁବେଲା ସଂକ୍ରମଣକୁ ନିୟନ୍ତ୍ରଣ ଓ ରୋକିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।"
ଅଧିକ ପଢନ୍ତୁ: ଭାରତୀୟଙ୍କୁ କ୍ଷମା ମାଗିିଲେ ମହମ୍ମଦ ନଶୀଦ