ନିକଟରେ ଭାରତୀୟ ମାନଙ୍କ ‘ବୟକଟ୍ ମାଳଦ୍ୱୀପ’ ଅଭିଯାନ ଏବେ ମାଳଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରିଛି । ଭାରତୀୟମାନେ ବହୁ ସଂଖ୍ୟାରେ ମାଳଦ୍ୱୀପକୁ ବୟକଟ୍ କରିବାରୁ ଦେଶରେ ଏପରି ପରସ୍ଥିତି ଦେଖା ଦେଇଥିବା ଜଣାପଡିଛି। ଏହି ଘଟଣାକୁ ଆଖି ଆଗରେ ରଖି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ଭାରତୀୟ ମାନଙ୍କୁ କ୍ଷମାପ୍ରାର୍ଥନା କରଥିବା ଦେଖିବାକୁ ମିଳିଛି। ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ସେ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଭାରତ ଓ ମାଳଦ୍ୱୀପ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ସେଥିପାଇଁ ଭାରତବାସୀଙ୍କ ପକ୍ଷରୁ ‘ବୟକଟ୍ ମାଳଦ୍ୱୀପ’ ଅଭିଯାନ ଆରମ୍ଭ ହୋଇଥିଲା। ଏମିତିକି ଭାରତ ମାଳଦ୍ୱୀପରୁ ନିଜର ସେନା ମଧ୍ୟ ହଟାଇଥିଲା। ତେବେ ଏହା ପରେ ମାଳଦ୍ୱୀପ ପର୍ଯ୍ୟଟନ କ୍ଷେତ୍ର ଖୁବ ପ୍ରଭାବିତ ହୋଇଥିଲା। ଏହି ଘଟଣା ପାଇଁ ନିକଟରେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ମାଳଦ୍ୱୀପବାସୀଙ୍କ ତରଫରୁ ଭାରତୀୟ ମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଦ୍ୱାରା କହିଛନ୍ତି ଯେ, "ଭାରତୀୟମାନେ ତାଙ୍କ ଦେଶକୁ ବହିଷ୍କାର କରିବା ପରଠୁ ଏହାର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡିଛି ।ଏହାକୁ ନେଇ ସେ ଚିନ୍ତିତ ଅଛନ୍ତି।"
ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସହ ଆହୁରି ମଧ୍ୟ କହିଛନ୍ତି ଯେ," ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି ଆଉ ତାଙ୍କୁ ଶୁଭକାମନା ଜଣାଇଲି । ମୁଁ ନରେନ୍ଦ୍ର ମୋଦୀଙ୍କ ବହୁତ ବଡ ସମର୍ଥକ।"
ଅଧିକ ପଢନ୍ତୁ: ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍