ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମକୁ ଏକ ବଡ଼ ଝଟକା ଲାଗିଛି । ଷ୍ଟାର୍ ବ୍ୟାଟର୍ ଅଭିଷେକ ଶର୍ମା ଅସୁସ୍ଥ ହୋଇଛନ୍ତି । ପେଟରେ ଯନ୍ତ୍ରଣା ଯୋଗୁଁ ଅଭିଷେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଆସନ୍ତାକାଲି ଖେଳାଯିବାକୁ ଥିବା ମ୍ୟାଚରୁ ସେ ବାଦ୍ ପଡ଼ିଛନ୍ତି ।
ଅଭିଷେକ ଶର୍ମାଙ୍କ ପେଟରେ ସମସ୍ୟା ଦେଖାଦେଇଛି । ସୋମବାରଠାରୁ ପେଟରେ ସଂକ୍ରମଣ ପାଇଁ ଦିଲ୍ଲୀର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପିଟିଆଇ ପକ୍ଷରୁ ଜଣାପଡ଼ିଛି ଯେ ତାଙ୍କର କିଛିଟା ପରୀକ୍ଷା ଜାରି ରହିଛି । କିନ୍ତୁ ନାମିବିଆ ସହିତ ମ୍ୟାଚକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି ।
ଅନ୍ୟପକ୍ଷରେ ଆସନ୍ତାକାଲି କଲମ୍ବୋରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ଗ୍ରୁପ ଷ୍ଟେଜ୍ ମ୍ୟାଚରେ ଭାରତ ନାମିବିଆକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରୁ ଅଭିଷେକ ଶର୍ମା ବାଦ ପଡ଼ିବେ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଓପନର୍ ଭାବେ ନିଆଯାଇ ପାରେ । ଓପନିଂ ମ୍ୟାଚରେ ଇଶାନ ଏବଂ ସଞ୍ଜୁ ପଡ଼ିଆକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି ।
ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ଭାରତର ପ୍ରଥମ ଦିନିକିଆ ବିଜୟର ଦ୍ୱିତୀୟ ଇନିଂସରେ ସେ ଖେଳିନଥିଲେ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍ ଫିଲ୍ଡିଂ କରିଥିଲେ । ଅଭିଷେକ ସୋମବାର ଟ୍ରେନିଂରେ ଅନୁପସ୍ଥିତ ଥିଲେ ଏବଂ ସେ ରବିବାର ଦିଲ୍ଲୀରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବାସଭବନରେ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ । ସୋମବାର ସାମ୍ବାଦିକ ସମ୍ମିଳନୀରେ ଭାରତର ଆସିଷ୍ଟାଣ୍ଟ୍ କୋଚ୍ ରିଆନ ଟେନ ଡୋଇସଚେଟ୍ ବିଶ୍ୱାସର ସହ କହିଥିଲେ ଯେ ସେ ନାମ୍ବିଆ ମ୍ୟାଚ୍ ବେଳକୁ ସୁସ୍ଥ ହୋଇଯିବେ ।
ତେବେ ଆସନ୍ତା ରବିବାର ହେବାକୁ ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।