ନୂଆଦିଲ୍ଲୀ: ବିସିସିଆଇ ୨୦୨୫-୨୬ ସିଜିନ୍ ପାଇଁ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଛି। ପୁରୁଷ ଦଳର କେବଳ ତିନି ଜଣ ଖେଳାଳିଙ୍କୁ ଗ୍ରେଡ୍ ଏ ରେ ରଖାଯାଇଛି। ଅନ୍ୟପକ୍ଷରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଅବନ୍ନତି ଦିଆଯାଇ ଗ୍ରେଡ୍ ବି ରେ ରଖାଯାଇଛି। ଉଲ୍ଲେଖନୀୟ ବିସିସିଆଇ ଏହାର ଗ୍ରେଡିଂ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ କରିଛି। ଶୁଭମନ ଗିଲ୍ ସମେତ କେବଳ ତିନି ଜଣ ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍ ରେ ରଖାଯାଇଛି। ଏ ପ୍ଲସ ଗ୍ରେଡକୁ ବିସିସିଆଇ ଉଚ୍ଛେଦ କରିଛି।
ଗ୍ରୁପ୍- ଏ: ଶୁଭମନ ଗିଲ, ଯଶପ୍ରୀତତ ବୁମରା ଏବଂ ରବୀନ୍ଦ୍ର ଜାଡେଜା
ଗ୍ରୁପ୍ -ବି: ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଯଶସ୍ବୀ ଜୟସ୍ବାଲ ଏବଂ ଶ୍ରେୟସ ଆୟର।
ଗ୍ରୁପ୍ -ସି: ଅକ୍ଷର ପଟେଲ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା, ଅର୍ଶଦୀପ ସିଂହ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ, ପ୍ରଷିଦ୍ଧ କୃଷ୍ଣ, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ସାଇ ସୁଦର୍ଶନ।
ବିସିସିଆଇ ଗ୍ରେଡ୍ ସିଷ୍ଟମ୍ ସଂଶୋଧନ
ବିସିସିଆଇ ଏହାର ଗ୍ରେଡ୍ ସିଷ୍ଟମକୁ ସଂଶୋଧନ କରିଛି। ପୁରୁଣା ସିଷ୍ଟମରେ ଚାରୋଟି ଗ୍ରେଡ୍ ଥିଲା: ଗ୍ରେଡ୍ ଏ +, ଗ୍ରେଡ୍ ଏ, ଗ୍ରେଡ୍ ବି, ଏବଂ ଗ୍ରେଡ୍ ସି। ଏତର ଚୁକ୍ତିନାମା ତାଲିକାରେ କେବଳ ତିନୋଟି ଗ୍ରେଡ୍ ରହିଛି |ସେ ଗୁଡ଼ିକ ହେଉଛି ଗ୍ରେଡ୍ ଏ, ଗ୍ରେଡ୍ ବି, ଏବଂ ଗ୍ରେଡ୍ ସି।
ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବନ୍ନତି
ଗତ ସିଜନର ଚୁକ୍ତି ତାଲିକାରେ, ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ସର୍ବୋଚ୍ଚ ଏ ପ୍ଲସ ଗ୍ରେଡ୍ରେ ଥିଲେ। ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ସେମାନଙ୍କର ସ୍ଥାନ ବଜାୟ ରଖିଛନ୍ତି। ଜାଡେଜା ଗ୍ରେଡ୍ ଏରେ ଏକମାତ୍ର ଖେଳାଳି ଯିଏ କେବଳ ଦୁଇଟି ଫର୍ମାଟରେ ସକ୍ରିୟ ଅଛନ୍ତି, କାରଣ ସେ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି।
ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ୍ଵିକେଟ୍ କିପର ଇଶାନ କିଶନଙ୍କୁ ଏଥର କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଛି। ଏହା ବ୍ୟତୀତ ସରଫରାଜ ଖାନ ଓ ରଜତ ପାଟିଦାରଙ୍କୁ ମଧ୍ୟ ସ୍ଥାନ ମିଳିନି। ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କୁ ପ୍ରଥମ ଥର ବିସିସିଆଇରେ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି। ମୋଟ୍ ୩୦ ଜଣ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ରଖିଛି ବୋର୍ଡ।