ନୂଆଦିଲ୍ଲୀ: ବଜେଟ୍ ଅଧିବେଶନର ଆଜି ହେଉଛି ୧୦ମ ଦିନ । ଆଜି ଆମେରିକା ସହ ବାଣିଜ୍ୟ ଚୁକ୍ତିନାମାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଲୋକସଭାରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ବଜେଟରେ କୌଣସି ଆହ୍ୱାନପୂର୍ଣ୍ଣ ଦିଗ ଉପରେ ଉଲ୍ଲେଖ କରାଯାଇ ନାହିଁ । ଏଆଇ, ଡାଟାକୁ ନେଇ ବଜେଟରେ କିଛି ନାହିଁ । ଆଜିର ସମୟରେ ଏଆଇ ବହୁତ ଜରୁରୀ ।
ଋାହୁଲ ଗାନ୍ଧୀ କହିଛନ୍ତି, ଆମେ ଯୁଦ୍ଧ ସମୟ ଦେଇ ଗତି କରୁଛନ୍ତି । ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ଜାରି ରହିଛି । ଚୀନ ଆମେରିକାକୁ ଚ୍ୟାଲେଞ୍ଜ କରୁଛି । ସଂପ୍ରତି ଶକ୍ତି ଓ ଆର୍ଥିକ ହିଁ ହତିଆର ପାଲଟିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅପରେସନ ସିନ୍ଦୂର ଚାଲିଛି । ସମଗ୍ର ଦୁନିଆ ବର୍ତ୍ତମାନ ସଂଘର୍ଷ ଦେଇ ଗତି କରୁଛନ୍ତି । କୌଣସି ସମୟରେ କଣ ହେବ କିଛି କୁହାଯାଇ ପାରିବ ନାହିଁ ।
ଇିରୋଧୀ ଦଳ ନେତା କହିଛନ୍ତି, ଆମେରିକା ପାଇଁ ଭାରତୀୟ ଡାଟା ବହୁତ ଜରୁରୀ । ଆମର ଜନସଂଖ୍ୟା ହିଁ ଆମର ବହୁତ ବଡ ଶକ୍ତି । ଯଦି ଭାରତୀୟ ପ୍ରତିନିଧି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିଥାନ୍ତେ ତେବେ ଆମେ ବୁଝିଥାନ୍ତୁ ଯେ, ଡିଲ୍ ଭାରତୀୟ ଅନୁକୁଳ ଏବଂ ଆମ ପାଇଁ ମହତ୍ୱପୂର୍ଣ୍ଣ । ମାତ୍ର ଏହି ଡିଲ୍ ଆମେରିକାକୁ ବହୁତ ସୁହାଉଛି । ଲାଗୁଛି ଯେମିତି ଭାରତୀୟ ସରକାର ଆମେରିକା ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆମେରିକା ଆଡକୁ ଏ ସରକାର ଢଳି ରହିଛନ୍ତି ।
ଋାହୁଲ ଏହା ମଧ୍ୟ କହିଛନ୍ତି, ଦୁନିଆ ଭୂ ରାଜନୈତିକ ସଂଘର୍ଷ ଦେଇ ଦ୍ରୁତ ଗତିରେ ଆଗକୁ ବଢୁଛି । ଆମେରିକାର ପ୍ରଭୁତ୍ୱକୁ ଚୀନ, ରୁଷ ଓ ଅନ୍ୟ ଶକ୍ତି ପକ୍ଷରୁ ଚ୍ୟାଲେଞ୍ଜ ମିଳୁଛି । କିନ୍ତୁ ଆମେରିକା ସହ ଆମର ବୈଦେଶିକ ନୀତି ଅସ୍ପଷ୍ଟ ରହୁଛି । ଲାଗୁଛି ଯେମିତି ଏହା ଏକ ଟ୍ରେଡ ଡିିଲ୍ ନୁହେଁ । ଭାରତ ସରକାର ଟ୍ରମ୍ପଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆମେରିକା ସହ ସାଲିସ କରାଯିବା ଲଜ୍ଜାଜନକ କଥା ବୋଲି ରାହୁଲ କହିଛନ୍ତି ।