ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଯାଉଛି ଚମ୍ପିୟାନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ । ଏଥିରେ ଭଲ ପ୍ରଦର୍ଶନ କରି ଅଧିକ ୱିକେଟ୍ ନେବାକୁ ଭାରତର ଦ୍ରୁତ ବୋଲର ତଥା ଅଭିଜ୍ଞ କ୍ରିକେଟର ମହମ୍ମଦ ଶାମୀଙ୍କ ପରିବାର ଓ ସମ୍ପର୍କୀୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ନ୍ୟୁଜଲାଣ୍ଡର ବ୍ୟାଟ୍ସମ୍ୟାନ ମାନେ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ସେମାନଙ୍କୁ ରୋକିବାକୁ ହେଲା ମହମ୍ମଦ ଶାମୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ମହମ୍ମଦ ଶାମୀ ଆଜି ପ୍ଲାୱାରପ୍ଲେରେ ଅଧିକ ୱିକେଟ୍ ନେବାରେ ସଫଳ ହୁଅନ୍ତୁ ତେବେ ନ୍ୟୁଜିଲାଣ୍ଡ ଉପରେ ଚାପ ପଡ଼ିପାରେ । ଏଥିପାଇଁ ଆଜି ଶାମୀଙ୍କ ପରିବାର ସହ ସାରା ଦେଶରୁ କ୍ରିକେଟରଙ୍କ ଫ୍ୟାନ୍ସ ମାନେ ଭଗବାନଙ୍କୁ ଡାକୁଛନ୍ତି । ସେପଟେ ବରୁନ ଚକ୍ରବର୍ତ୍ତୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ ନେଇ ଯାଇଛନ୍ତି। ସେ ଭାରତର ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ। ଶ୍ରୀମନ୍ଦିର ଆଗରେ ସମସ୍ତ କ୍ରିକେଟରଙ୍କ ଉଦ୍ଦେଶ୍ୟରେ ସାମୁହିକ ଭାବେ ସେବାୟତ ଦୀପଦାନ କରିଛନ୍ତି । ଭାରତ ପାଇଁ ମଙ୍ଗଳ ମନାସି ଦୀପଦାନ କରାଯାଇଛି । ସାରା ଦେଶର ବିଭିନ୍ନ ସ୍ଥାନରେ ଭାରତ ଜିତିବା ପାଇଁ ପ୍ରାର୍ଥନା କରାଯାଉଛି ।
ଭାରତ ପାଇଁ କ୍ରିକେଟ କେବଳ ଏକ ଖେଳ ନୁହେଁ ଏହା ହେଉଛି ଲୋକଙ୍କ ଇମୋସନ୍ । କୋଟି କୋଟି ଲୋକଙ୍କ ମନରେ କ୍ରିକେଟ ପ୍ରତି ଭଲପାଇବା ରହିଛି । ଆଜି ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମରେ ଚମ୍ପିୟନ୍ସ ଟ୍ରଫିର ନୂଆ ଚମ୍ପିୟନ୍ ପାଇଁ ହେଉଛି ମହାସମର । ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।