ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲ ଲଢେଇକୁ ଅଧିକ ରୋମାଞ୍ଚକର କରିଛି। ଆଫଗାନିସ୍ତାନର ଏହି ବିଜୟର ନାୟକ ଥିଲେ ଗୁଲବଦ୍ଦିନ ନାଇବ, ଯିଏ ଚାରିଟି ୱିକେଟ୍ ନେବା ସହ ଏକ ଚମତ୍କାର କ୍ୟାଚ୍ ମଧ୍ୟ ଧରିଥିଲେ। ଚମତ୍କାର ପ୍ରଦର୍ଶନ ସହିତ ମ୍ୟାଚର ଶ୍ରେଷ୍ଠ ଖେଳାଳି ହେବା ସହ ନାଏବ ଇତିହାସର ପୃଷ୍ଠାରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଯୋଡ଼ିଛନ୍ତି ।
ଟସ୍ ହାରିବା ପରେ ଆଫଗାନିସ୍ତାନର ଓପନିଂ ଯୋଡି ଏକ ଭଲ ଆରମ୍ଭ କରିଥିଲେ ଏବଂ ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ୧୫.୫ ଓଭରରେ ଗୁରବାଜ ନିଜ ୱିକେଟ୍ ହରାଇବା ପରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ୧୪୮ ରନରେ ସୀମିତ ରହିଥିଲେ। କିନ୍ତୁ ଦୃଢ ବୋଲିଂ ବଳରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଟାର୍ଗେଟକୁ ଚେଜ କରୁଥିବାବେଳେ ଆଫଗାନିସ୍ତାନ ବୋଲରମାନେ ଅଷ୍ଟ୍ରେଲିଆକୁ ମ୍ୟାଚରେ ଟ୍ରାକକୁ ଫେରିବାକୁ ସୁଯୋଗ ଦେଇନଥିଲେ।
ନବୀନ-ଉଲ-ହକ ପ୍ରଥମ ୩ ଟି ୱିକେଟ୍ ନେଇଥିବାବେଳେ ଗୁଲବଦ୍ଦିନ ନାଇବ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିଜୟ ମଧ୍ୟରେ କାନ୍ଥ ଭାବରେ ଠିଆ ହୋଇଥିବା ମ୍ୟାକ୍ସୱେଲଙ୍କ ୱିକେଟ୍ ନେଇ ନାଏବ ଅଷ୍ଟ୍ରେଲିଆର ଶେଷ ବିଶ୍ୱାସ ଭାଙ୍ଗିଥିଲେ। ଗୁଲବଦ୍ଦିନ ନାଇବ ଚାରି ଓଭରରେ ୨୦ ରନ ଦେଇ ୪ ୱିକେଟ୍ ନେଇ ଏକ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ଓ ଦିନିକିଆ ବିଶ୍ୱକପ ଇତିହାସରେ ଚାରିଟି ୱିକେଟ୍ ନେଇଥିବା ଅଷ୍ଟମ ବୋଲର ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ୮ ଟି ବୋଲର ବ୍ୟବହାର କରିଥିଲା ଏବଂ ନାଇବ ଆଫଗାନିସ୍ତାନର ଅଷ୍ଟମ ବୋଲର ଥିଲେ। ନାଇବ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ପ୍ୟାଟ୍ କମିନ୍ସଙ୍କ ୱିକେଟ୍ ନେବା ସହ ଆଫଗାନିସ୍ତାନକୁ ସେମିଫାଇନାଲ ଦୌଡ଼ରେ ଜୀବିତ ରଖିଛନ୍ତି।
ଅଧିକ ପଢନ୍ତୁ : ଦିନିକିଆ ବିଶ୍ବକପ୍ରେ ପରାଜୟର ପ୍ରତିଶୋଧ ନେଲା ଆଫଗାନିସ୍ତାନ: ଅଷ୍ଟ୍ରେଲିଆକୁ ପରାସ୍ତ କରି ରଚିଲା ଇତିହାସ