ଦୁବାଇ: ଭାରତ ବନାମ ପାକିସ୍ତାନ ଏସିଆ କପ୍ ୨୦୨୫ର ଫାଇନାଲ୍ ଆଜି ଦୁବାଇର ଇଣ୍ଟରନ୍ୟାସନଲା ଷ୍ଟାଡିୟମରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଥର ପାକିସ୍ତାନକୁ ଧୂଳି ଚଟାଇ ସାରିଛି ସୂର୍ଯ୍ୟ ବାହିନୀ । ତେବେ ଫାଇନାଲରେ ତୃତୀୟ ଥର ପାକିସ୍ତାନକୁ ମାତ୍ ଦେଇ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଆଜିର ଫାଇନାଲ ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । କାରଣ ଏଠାରେ ପ୍ରଥମେ ବ୍ୟାଟିଂ କରିବା କଠିନ ହେଉଛି । ସମୟ ସହିତ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ହେଉଛି । ଗତ ତିନୋଟି ମ୍ୟାଚରେ ଦୁବାଇ ପିଚର ରଙ୍ଗ ବଦଳିଛି । ଆସନ୍ତୁ ଫାଇନାଲ୍ ପାଇଁ କେମିତି ପିଚ୍ ରହିଛି ଏବଂ ଟସ୍ ଜିତିଲେ କଣ କରିବା ଉଚିତ୍ ।
କ୍ରିକବଜର ରିପୋର୍ଟ ଅନୁସାରେ ମଇଦାନରେ ମଧ୍ୟଭାଗରେ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଛି । ଗୋଟିଏ ପିଚ୍ ଗତ ଦୁଇଟି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବ୍ୟବହାର କରାଯାଇଥିଲା । ଦ୍ୱିତୀୟ ପିଚ୍ ନୂଆ ରହିଛି, ଯେଉଁଥିରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍ ପରି ହାଇସ୍କୋରିଂ ମୁକାବିଲା ହୋଇପାରେ । ଦୁବାଇ ପିଚ ଗତ କିଛି ମ୍ୟାଚରେ ରଙ୍ଗ ବଦଳିଛି । ଗତ ୪ଟି ମ୍ୟାଚରେ ୫ ଥର ଟିମ୍ ୧୫୦ରୁ ଅଧିକ ରନ କରି ପାରିଛନ୍ତି । ପୁଣି ଭାରତ ବନାମ ଶ୍ରୀଲଙ୍କା ମ୍ୟାଚରେ ଉଭୟ ଟିମ୍ ୨୦୦ରୁ ଅଧିକ ସ୍କୋର କରିଥିଲେ । ତେଣୁ ଆଜି ମଧ୍ୟ ଏକ ହାଇସ୍କୋରିଂ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ । ଟସ୍ ଜିତିଲେ ଦୁଇ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି ।
ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମର ଟି-୨୦ ଅନ୍ତର୍ଜାତୀୟ ରେକର୍ଡ
ମ୍ୟାଚ୍- ୧୦୩
ପ୍ରଥମେ ବ୍ୟାଟିଂ କରି ଜିତାଯାଇଥିବା ମ୍ୟାଚ୍- ୫୧(୪୯.୫୧ ପ୍ରତିଶତ)
ବିଜୟ ଲକ୍ଷ୍ୟ ପିଛା କରି ଜିତାଯାଇଥିବା ମ୍ୟାଚ୍- ୫୨(୫୦.୪୯ ପ୍ରତିଶତ)
ଟସ୍ ଜିତି ଜିତାଯାଇଥିବା ମ୍ୟାଚ୍- ୫୮(୫୬.୩୧ ପ୍ରତିଶତ)
ଟସ୍ ହାରି ଜିତାଯାଇଥିବା ମ୍ୟାଚ୍- ୪୫(୪୩.୬୯ ପ୍ରତିଶତ)
ସର୍ବୋଚ୍ଚ ସ୍କୋର- ୨୧/୨
ସର୍ବନିମ୍ନ ସ୍କୋର- ୫୫
ହାଇଷ୍ଟେ ସ୍କୋର ରନ ଚେଜ୍- ୧୮୪/୮
Also read: ଫାଇନାଲରେ ଘାତକ ହୋଇଯାଏ ପାକିସ୍ତାନ, ୩ ଥର ଦେଇ ସାରିଛି ଭାରତକୁ ଯନ୍ତ୍ରଣା