ନୂଆଦିଲ୍ଲୀ: ୧୪ ବର୍ଷର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲରେ ପଦାର୍ପଣ କରିଛନ୍ତି । ସେ ଲଖନଉ ସୁପର ଜାଏଣ୍ଟସ ମ୍ୟାଚରେ ଦମଦର ପ୍ରଦର୍ଶନ କରି କ୍ରିକେଟ୍ ଜଗତର ଧ୍ୟାନକୁ ଆକର୍ଷିତ କରିଛନ୍ତି । ଡେବ୍ୟୁ ମ୍ୟାଚର ପ୍ରଥମ ବଲରେ ସେ ଛକା ମାରିଛନ୍ତି । ବୈଭବଙ୍କୁ ଆଇପିଏଲ୍ ପ୍ରସ୍ତୁତି ପାଇଁ ବହୁତ କିଛି କରିବାକୁ ପଡୁଛି ।
ବୈଭବଙ୍କୁ ଆଇପିଏଲ୍ ପ୍ରସ୍ତୁତି ପାଇଁ କଡା ଟ୍ରେନିଂ ସହିତ ଖାଦ୍ୟପେୟରେ ବହୁତ ଯତ୍ନବାନ ହେବାକୁ ପଡୁଛି । ଏପରିକି ତାଙ୍କୁ ନିଜ ମନ ପସନ୍ଦର ଖାଦ୍ୟ ବି ଖାଇବା ମନା । ବୈଭବଙ୍କ ପିଲା ବେଳର କୋଚ୍ ମନୀଷ ଓଝା ଏହାକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ମନୀଷ ଓଝା କହିଛନ୍ତି ବୈଭବଙ୍କୁ ମଟନ ଖାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଏପରିକି ଆଇପିଏଲ୍ ସମୟରେ ତାଙ୍କୁ ପିଜା ଖାଇବା ମନା ।
ବୈଭବ ଗତକାଲି ଏଲଏସଜି ମ୍ୟାଚରେ ଦମଦାର ବ୍ୟାଟିଂ କରି ୨୦ ବଲରୁ ୩ ଛକା ଓ ୨ ଚୌକା ସହ ୩୪ ରନ କରିଛନ୍ତି । ହେଲେ ତାଙ୍କ ଦଳ ମ୍ୟାଚ୍ ଜିତି ପାରିନି । ଲଖଉନ ୨ ରନରେ ରାଜସ୍ଥାନକୁ ହରାଇଛି । ତେବେ ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚା ବୈଭବଙ୍କୁ ନେଇ ହୋଇଛି । ଏହି ଉଦୀୟମାନ ବ୍ୟାଟର ଯେଉଁଭଳି ଭାବେ ନିର୍ଭୟର ସହ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ତାହା ସଭିଙ୍କୁ ଆଚମ୍ବିତ କରିଛି ।