ନୂଆଦିଲ୍ଲୀ: ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ, ଏସୀୟ କ୍ରୀଡା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥି ସହିତ ଭାରତୀୟ ଟି-୨୦ ଦଳକୁ ମିଳିଛି ନୂଆ ଅଧିନାୟକ । ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ନୂତନ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି । ଅନ୍ୟପଟେ ତିଳକ ବର୍ମାଙ୍କୁ ପ୍ରମୋସନ ଦିଆଯାଇ ଉପଅଧିନାୟକ କରାଯାଇଛି । ଏହା ବ୍ୟତୀତ ୧୫ ବର୍ଷୀୟ ଉଦୀୟମାନ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ମିଳିଛି ।
ଆୟରଲାଣ୍ଡ ଓ ଇଂଲଣ୍ଡ ପାଇଁ ଟି-୨୦ ଦଳ
ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ଶିବମ ଦୁବେ, ତିଳକ ବର୍ମା(ଉପଅଧିନାୟକ), ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ହର୍ଷିତ ରାଣା, ରବି ବିଷ୍ଣୋଇ ଓ ବୈଭବ ସୂର୍ଯ୍ୟବଂଶୀ ।
ଏସୀୟ କ୍ରୀଡା ପାଇଁ ଭାରତୀୟ ଦଳ
ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ଶିବମ ଦୁବେ, ତିଳକ ବର୍ମା(ଉପଅଧିନାୟକ), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂ, ବୈଭବ ସୂର୍ଯ୍ୟବଂଶୀ ଓ ଯଶପ୍ରୀତ ବୁମରା ।