ନ୍ୟୁ ଚଣ୍ଡିଗଡ଼: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଜିଠାରୁ ଏକମାତ୍ର ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଟି-୨୦ ବିଶ୍ୱକପ୍ ଏବଂ ଆଇପିଏଲ୍ ସମାପ୍ତ ହେବା ପରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ ପରେ ଟେଷ୍ଟ ଫର୍ମାଟରେ ଖେଳୁଛି। ଏହି ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରର ଅଂଶ ନୁହେଁ। କିନ୍ତୁ ଆଗାମୀ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଟିମ୍ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆର ଜଣେ ଖେଳାଳି ଏହି ମ୍ୟାଚ୍ରେ ଡେବ୍ୟୁ କରିଛନ୍ତି। ଯୁବ ବାମହାତୀ ସ୍ପିନର ମାନବ ସୁଥାରଙ୍କ ଡେବ୍ୟୁ କରିଛନ୍ତି। ସେ ଅଭିଜ୍ଞ ସ୍ପିନ୍ ବୋଲର କୁଲଦୀପ ଯାଦବଙ୍କଠାରୁ ଡେବ୍ୟୁ କ୍ୟାପ୍ ପାଇଥିଲେ।
ସୂଚନାଯୋଗ୍ୟ, ୨୦୧୮ରେ ଯେତେବେଳେ ଆଫଗାନିସ୍ତାନ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା ଭାରତୀୟ ଦଳ ମାତ୍ର ଦୁଇ ଦିନରେ ସେମାନଙ୍କୁ ପରାସ୍ତ କରିଥିଲା। ସେବେଠାରୁ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଆଫଗାନିସ୍ତାନ କେବଳ ୧୧ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ଏହି ସମୟ ମଧ୍ୟରେ ଭାରତ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳିଛି।
ଭାରତୀୟ ଟିମ୍: କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ସାଈ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍କିପର), ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ମାନବ ସୁଥାର, କୁଲଦୀପ ଯାଦବ, ମହମ୍ମଦ ଶାମୀ ଏବଂ ପ୍ରସିଦ୍ଧ କୃଷ୍ଣା
ଆଫଗାନିସ୍ତାନ: ଅବଦୁଲ ମଲିକ, ରହମାନୁଲ୍ଲା ଗୁରବାଜ, ରହମତ ଶାହ, ହସମାତୁଲ୍ଲା ଶାହିଦି (ଅଧିନାୟକ), ସେଦିକୁଲ୍ଲା ଅଟଲ୍, ଏଫସର ଜଜାଇ (ଓ୍ବିକେଟ୍ରକ୍ଷକ), ଅଜମତୁଲ୍ଲା ଓମରଜାଇ, ସରାଫୁଦ୍ଦିନ ଅସରଫ, କାଇସ୍ ଅହମଦ, ଜିଆ ସରିଫି ଓ ନଙ୍ଗେୟାଲିଆ ଖାରୋତାଇ
ଅଧିକ ପଢ଼ନ୍ତୁ: ବନ୍ଧୁକ-ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିଲେ ନଗଦ ଟଙ୍କା ସମେତ ୨୫ଲକ୍ଷର ଅଳଙ୍କାର