ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ଲାଞ୍ଚୁଆ ଅଧିକାରୀ ଏବଂ ଆୟ ବର୍ହିଭୂତ ସଂପତ୍ତି ଠୁଳ କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜାରି ରଖିଛନ୍ତି। ଏହ କ୍ରମରେ ଭିଜିଲାନ୍ସ ବିଭାଗ ଆଜି ଭୋର ସକାଳୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ୯ଟି ଠିକଣାରେ ଚଢ଼ଉ କରିଛନ୍ତି।
ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ୨ ଜଣ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି, ୬ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ବିଭାଗ ଭୁବନେଶ୍ୱର, ମୟୂରଭଂଜର ବାରିପଦା, ଯାଜପୁରର ଧର୍ମଶାଳା ଏବଂ କନ୍ଧମାଳର ବାଲିଗୁଡ଼ାରେ ତାଙ୍କ ନିମ୍ନଲିଖିତ ୯ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।
ବୈକୁଣ୍ଠଙ୍କ ସଂପତ୍ତି ଉପରେ ଚଢ଼ଉ
- ଭୁବନେଶ୍ବରର ଚନ୍ଦ୍ରଶେଖରପୁର (ନୀଳାଦ୍ରି ବିହାର)ରେ ଚାରି ମହଲା କୋଠା
- ଭୁବନେଶ୍ବର ଶୈଳଶ୍ରୀ ବିହାରରେ ତିନି ମହଲା କୋଠା
- ଭୁବନେଶ୍ବର କାନନ ବିହାର (ବୈଦ୍ୟନାଥ ମେମୋରିଆଲ୍ ହସ୍ପିଟାଲ୍ ନିକଟରେ)ରେ ଦୁଇ ମହଲା କୋଠା
- ଭୁବନେଶ୍ବର ଚନ୍ଦ୍ରଶେଖରପୁର HIG 196ରେ ଦୁଇ ମହଲା କୋଠା
- ଯାଜପୁର ଜିଲ୍ଲା ପଣ୍ଡୁଆ, ଧର୍ମଶାଳାରେ ପୈତୃକ ଜମି ଉପରେ ଦୁଇ ମହଲା କୋଠା
- ବାରିପଦାର ଦେଉଳସାହିରେ ସମ୍ପର୍କୀୟଙ୍କ ଘର
- ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ୍ ନିକଟ ପାଣ୍ଡୁଆ
- ବୈକୁଣ୍ଠ ନାଥ ବେହେରାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ସ୍ୱତନ୍ତ୍ର ଅଧିକାରୀ, ବାଲିଗୁଡ଼ାଙ୍କ କାର୍ଯ୍ୟାଳୟ
- ବାଲିଗୁଡ଼ା ଆଇଟିଡିଏ କାର୍ଯ୍ୟାଳୟ ନିକଟରେଠାରେ ଅବସ୍ଥିତ ଶ୍ରୀ ବେହେରାଙ୍କ ସରକାରୀ ବାସଭବନ ଖୋଜା ଚାଲିଛି।
ଅଧିକ ପଢ଼ନ୍ତୁ: ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ନେଇ ସତର୍କତା ଜାରି କଲା ଆଇଏମ୍ଡି