ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସମାପନ ହୋଇ ସାରିଛି । ଗୋଟିଏ ମାସ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବିଜୟ ବାନା ଉଡାଇଛି ଏବଂ ତୃତୀୟ ଥର ବିଶ୍ୱକପ୍ ଜିତିଛି । ମେନ ଇନ ବ୍ଲୁ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନର ମାତ୍ ଦେଇଛି । ଏହି ବିଶ୍ୱକପ୍ ବ୍ୟାଟରଙ୍କ ଦୃଷ୍ଟିରୁ ବହୁତ ଐତିହାସିକ ଓ ଦମଦାର ରହିଛି । ଏଥିରେ ୭ ଶତକ । ଏହା ପୂର୍ବରୁ ଆୟୋଜିତ ସମସ୍ତ ୯ ବିଶ୍ୱକପରେ କେବେ ବି ଦୁଇଟିରୁ ଅଧିକ ଶତକ ଦେଖିବାକୁ ମିଳି ନ ଥିଲା । କିନ୍ତୁ ଏଥର ବିଶ୍ୱକପ୍ ବ୍ୟାଟର ଭୂସ୍ୱର୍ଗ ରହିଛି ।
ଏଥର ବିଶ୍ୱକପରେ ବୋଲର ୱିକେଟ୍ ନେବା ଏବଂ ରନ ବଞ୍ଚାଇବା ବହୁତ ଆହ୍ୱାନପୂର୍ଣ୍ଣ ରହିଥିଲା । ପୁଣି ନିଜର ଦକ୍ଷତା ଦମରେ ଅନେକ ବୋଲର କମାଲ ପ୍ରଦର୍ଶନ କରିଛନ୍ତି । ନିଜର ଦକ୍ଷତାକୁ ବଡ ମଞ୍ଚରେ ଅନେକ ବୋଲର ପ୍ରମାଣିତ କରି ପାରିଛନ୍ତି । ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ବ୍ଲେସିଙ୍ଗ ମୁଜରବାନି, ଆଦିଲ ରଶିଦ, ଲୁଙ୍ଗି ଏନଗିଡି ଓ ରଚିନ ରବୀନ୍ଦ୍ର ପରି ବୋଲର ଏହି ବିଶ୍ୱକପରେ ନିଜର କମାଲ ଦେଖାଇଛନ୍ତି । ଆମେରିକାର ବୋଲର ଶେଡଲି ୱେନ ଶାଲକୱିକ ଏମିତି କାରନାମା କରିଛନ୍ତି, ଯାହା ଦୁନିଆର ଅନ୍ୟ କୌଣସି କ୍ରିକେଟର କରି ପାରି ନ ଥିଲେ ।
ଚଳିତ ଟି-୨୦ ବିଶ୍ୱକପରେ ସସର୍ବାଧିକ ୱିକେଟ୍ ନେବା ବୋଲର ତାଲିକାରେ ଅଛନ୍ତି ଯଶପ୍ରୀତ ବୁମରା । ଏହି ତାରକା ବୋଲର ୮ଟି ମ୍ୟାଚରେ ମାତ୍ର ୬.୨୧ ଇକୋନୋମିରେ ୧୪ ୱିକେଟ୍ ହସଲ କରିଛନ୍ତି । ସେ ମାତ୍ର ୧୭୪ ରନ ବ୍ୟୟ କରିଛନ୍ତି । ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରୁଣ ଚକ୍ରବର୍ତ୍ତୀ । ସେ ୯ଟି ମ୍ୟାଚରେ ୯.୨୬ ଇକୋନୋମିରେ ୧୪ ୱିକେଟ୍ ନେଇଛନ୍ତି । ତୃତୀୟରେ ଅଛନ୍ତି ଆମେରିକାର ଶେଡଲୀ ଶାଲକୱିକ ମାତ୍ର ୪ଟି ମ୍ୟାଚରେ ୧୩ ୱିକେଟ୍ ହାସଲ କରିଛନ୍ତି । । ସେ ମଧ୍ୟ ଦମଦାର ୬.୮୧ ଇକୋନୋମିରେ ମାତ୍ର ୧୦୧ ରନ ଦେଇଛନ୍ତି ।
ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ଜିମ୍ବାୱେର ଘାତକ ବୋଲର ବ୍ଲେସିଙ୍ଗ ମୁଜରବାନି । ସେ ୬ଟି ମ୍ୟାଚରେ ୭.୮୯ ଇକୋନୋମିରେ ମୋଟ୍ ୧୩ ୱିକେଟ୍ ଅକ୍ତିକାର କରିଛନ୍ତି । ପଞ୍ଚମ ସ୍ଥାନରେ ଇଂଲଣ୍ଡର ଅନୁଭବୀ ସ୍ପିନର ଆଦିଲ ରଶିଦଙ୍କ ନାଁ ରହିଛି । ସେ ୮ଟି ମ୍ୟାଚରେ ୮.୧୫ ଇକୋନୋମିରେ ୧୩ ୱିକେଟ୍ ହାସଲ କରିଛନ୍ତି ।
Also read: ଟି୨୦ ବିଶ୍ୱକପ୍ ଟ୍ରଫି ହାତରେ ଧରି ପିତାଙ୍କ ସ୍ୱପ୍ନ ପୂରଣ କଲେ ରିଙ୍କୁ ସିଂହ