ଟେଷ୍ଟରେ ବେଷ୍ଟ ସ୍ମିଥଙ୍କ ନୂଆ ରେକର୍ଡ-ଦ୍ରୁତ ଗତିରେ ପୂରଣ କଲେ ୭ ହଜାର ରନ, ଭାଙ୍ଗିଲେ ୭୩ ବର୍ଷ ପୁରୁଣା ରେକର୍ଡ
Khabar Odisha:Sports-news-cricket-aus-vs-pak-steve-smith-fastest-to-complete-7000-test-runs
ନୂଆଦିଲ୍ଲୀ, ନଭେମ୍ବର ୩୦ (ଖବର ଓଡ଼ିଶା):

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଶନିବାର ଦିନ ପାକିସ୍ତାନ ବିରୋଧରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି । ୩୦ ବର୍ଷିୟ ସ୍ମିଥ ଟେଷ୍ଟ କ୍ରିକେଟରେ ସବୁଠାରୁ କମ ଇନିଂସରେ ୭ ହଜାର ରନ ପୁରଣ କରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । 

ସ୍ମିଥ ନିଜର ୭୦ତମ ଟେଷ୍ଟ ମ୍ୟାଚର ୧୨୬ ତମ ଇନିଂସରେ ପାକିସ୍ତାନ ଦ୍ରୁତ ବୋଲର ମୋହମଦ ମୁସାଙ୍କ ବଲରେ ଏକ ରନ ହାସଲ କରି ୱାଲି ହେମଣ୍ଡଙ୍କ ୭୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଇଂଲଣ୍ଡର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ ଭାରତ ବିରୋଧରେ ଓଭାଲରେ ୧୯୪୬ ମସିହାରେ ଏହି କୀର୍ତ୍ତିମାନ ହାସଲ କରିଥିଲେ । ହେମଣ୍ଡ ୧୩୧ ଟେଷ୍ଟ ଇନିଂସରେ ୭ ହଜାର ରନ ପୁରଣ କରିଥିଲେ । 

ଭାରତର ପୂର୍ବତନ ଧୁଆଁଧାର ଓପନର ବିରେନ୍ଦ୍ର ସେହବାଗ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ସେହବାଗ ୭୯ଟି ମ୍ୟାଚ ଏବଂ ୧୩୪ ଇନିଂସରେ ୭ ହଜାର ପୁରଣ କରିଥିଲେ । ଗେରି ସୋବର୍ସ, କୁମାର ସଙ୍ଗାକାରା ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୧୩୮ଟି ଇନିଂସରେ ଟେଷ୍ଟ କ୍ରିକେଟରେ ୭ ହଜାର ରନ ପାର କରିଥିଲେ । 

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏହି କୀର୍ତ୍ତିମାନ ଗତ ମାସରେ ହାସଲ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୧୩୮ ଇନିଂସ ଦରକାର ପଡିଥିଲା । ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ । ୨୦୧୧ ମସିହାରୁ ଟେଷ୍ଟ ଖେଳୁଥିବା ବିରାଟଙ୍କ ଏହା ୮୧ ନମ୍ୱର ମ୍ୟାଚ ଥିଲା ।

Subscribe

National International State Sports Entertainment