ଟି-୨୦ ବିଶ୍ୱକପ୍‌ ଧୋନୀ ଖେଳିବେ? ଏମିତି ପ୍ରଶ୍ନ କରାଯିବାରୁ ଗାଙ୍ଗୁଲି କହିଲେ ତାଙ୍କୁ ପଚରାନ୍ତୁ
Khabar Odisha:Sports-cricket-Will-MS-Dhoni-play-t20-world-cup-Saurav-Ganguly-said-please-ask-him

ମୁମ୍ବାଇ, ଡିସେମ୍ବର ୦୨ (ଖବର ଓଡ଼ିଶା): ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ କେବେ ଅବସର ନେବେ, ତାହା ସେ ହିଁ ଜାଣିଛନ୍ତି। ମାତ୍ର ଧୋନୀଙ୍କ ଅବସର ପାଇଁ କିଛି ପ୍ରଶଂସକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଅଧିକ ବ୍ୟସ୍ତ ଦେଖାଯାଉଛନ୍ତି। ଧୋନୀ ଟି-୨୦ ବିଶ୍ୱକପ ମ୍ୟାଚ୍‌ ଖେଳିବା ନେଇ ରବିବାର ଗଣମାଧ୍ୟମର ପ୍ରତିନିଧିମାନେ ଯେତେବେଳେ ପ୍ରଶ୍ନ କରିଛନ୍ତି, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଏକଥା ମୋତେ ନ ପଚାରି ଦୟାକରି ଧୋନୀଙ୍କୁ ପଚରାନ୍ତୁ।

ଧୋନୀ ଗତ ଜୁଲାଇରେ ଇଂଲଣ୍ଡରେ ଆୟୋଜିତ ଦିନିକିଆ ବିଶ୍ୱକପରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନ୍‌ରେ ହାରିବା ପରେ କ୍ରିକେଟ ଖେଳୁ ନାହାନ୍ତି। ସେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିରୋଧରେ ଘରୋଇ ମାଟିରେ ମଧ୍ୟ ପଡ଼ିଆକୁ ଓହ୍ଲାଇ ନ ଥିଲେ।

ଗାଙ୍ଗୁଲିଙ୍କୁ ଯେତେବେଳେ ଜାତୀୟ ଗଣମାଧ୍ୟମର ଜଣେ ପ୍ରତିନିଧି ଧୋନୀଙ୍କ ଟି-୨୦ ବିଶ୍ୱକପରେ ଖେଳିବା ନେଇ ପ୍ରଶ୍ନ ପଚାରିଥିଲେ, ଏହାର ସିଧା ଜବାବ ଥିଲା ଯେ, ଦୟାକରି ଧୋନୀଙ୍କୁ ପଚରାନ୍ତୁ। ମୁମ୍ବାଇରେ ଆୟୋଜିତ ‘ବିସିସିଆଇ’ର ୮୮ତମ ବାର୍ଷିକ ସାଧାରଣ ବୈଠକରେ ଗାଙ୍ଗୁଲି ରବିବାର ଏହା କହିଥିଲେ।

ନିକଟରେ ଧୋନୀ ଯେତେବେଳେ ମୁମ୍ବାଇରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ, ସେହି ସମୟରେ ମଧ୍ୟ ସାମ୍ବାଦିକମାନେ ଏଭଳି ପ୍ରଶ୍ନ କରିଥିଲେ। ଧୋନୀ କହିଥିଲେ ଯେ, ଏବାବଦରେ ଜାନୁୟାରୀ ଯାଏଁ କିଛି ନ ପଚରାନ୍ତୁ।

  • Tags:

Subscribe

National International State Sports Entertainment