ଦୃତ ବୋଲର ମହମ୍ମଦ ସାମି ସେଟ କଲେ ଆଉ ଏକ ଟାର୍ଗେଟ-୭୮୬, ଭିଡିଓ ଜାରି
Khabar Odisha:Sports-cricket-Indian-pacer-Mohammad-shami-new-target-of-786-leg-press-shared-video-on-social-media

ନୂଆଦିଲ୍ଲୀ, ଫେବୃଆରୀ ୦୮ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମର ଦୃତ ବୋଲର ମହମ୍ମଦ ସାମି ବିଗତ କିଛି ଦିନ ହେବ ନିଜର ଫିଟନେସକୁ ନେଇ ଅଧିକ ଚିନ୍ତିତ ଦେଖାଯାଇଛନ୍ତି । ଏଥି ପାଇଁ ସେ ବହୁ ପରିଶ୍ରମ କରୁଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୩୧ ୱିକେଟ ନେଇଥିବା ସାମି ନିଜର ପରବର୍ତ୍ତୀ ଟାର୍ଗେଟ ରଖିଛନ୍ତି ୭୮୬ । 

ଏହି ଟାର୍ଗେଟ ୱିକେଟ ନୁହେଁ ବରଂ ଏହା ଲେଗ-ପ୍ରେସ । ସାମି ଟୁଇଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଓଜନ ସହିତ ଲେଗ-ପ୍ରେସ କରୁଛନ୍ତି । ସେ ଭିଡିଓ ପୋଷ୍ଟ ସହ ଲେଖିଛନ୍ତି, କେବଳ ଛୁଟି ଦିନରେ ନୁହେଁ, ଗତ ମାସରେ ୩୬୫ ଲେଗ-ପ୍ରେସ କରୁଥିଲି ଏବେ ୪୫୬ରେ ଏହା ପହଞ୍ଚିଛି । ପ୍ରତିଦିନ ଅଧିକ ଲକ୍ଷ୍ୟ ରଖୁଛି । ଏବେ ଏହାର ଟାର୍ଗେଟ ରହିଛି ୭୮୬ ବୋଲି ସାମି କହିଛନ୍ତି । ୨୯ ବର୍ଷିଅ ସାମିଙ୍କୁ ନ୍ୟୁଜିଲାଣ୍ଡରେ ଜାରିଥିବା ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲାରେ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ନଭଦୀପ ସଇନିଙ୍କୁ ବିରାଟ ବାହିନୀ ଚୟନ କରିଛି । 

 

  • Tags:

Subscribe

National International State Sports Entertainment