ଆଇପିଏଲ୍‌: ଚେନ୍ନାଇ ସୁପରକିଙ୍ଗ୍‌ସ ସହ ଲଢ଼ି ଶେଷରେ ୧୮ ରନ୍‌ରେ ହାରିଲା କୋଲକାତା
Khabar Odisha:Sports-cricket-Chennai-Super-Kings-beat-Kolkata-Knight-Riders-by-18-runs-in-IPL-2021

ନୂଆଦିଲ୍ଲୀ, ଏପ୍ରିଲ ୨୨ (ଖବର ଓଡ଼ିଶା): ଆଇପିଏଲ ୨୦୨୧ର ୧୫ତମ ମ୍ୟାଚ ରୋମାଂଚକର ହୋଇଛି । ଚେନ୍ନାଇ ସୁପରକିଙ୍ଗ୍‌ସ ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି ବୁଧବାର କୋଲକାତା ନାଇଟ ରାଇଡର୍ସ ୧୮ ରନ୍‌ରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୨୦ ରନ୍ କରିଥିଲା । ଜବାବରେ କୋଲକାତା ୧୦ ୱିକେଟ୍ ହରାଇ ୨୦୨ ରନ୍ କରିପାରିଥିଲା । 

ଆଇପିଏଲ୍‌-୨୦୨୧ରେ ଚେନ୍ନାଇ ପ୍ରଥମ ମ୍ୟାଚ ହାରିବା ପରେ ଲଗାତାର ୩ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇକୁ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ହାତରୁ ହାରିବାକୁ ପଡିଥିଲା । ଏହା ପରେ ପଂଜାବ, ରାଜସ୍ଥାନ ଓ କୋଲକାତାକୁ କ୍ରମାଗତ ଭାବେ ପରାସ୍ତ କରିଛି । 

କୋଲକାତାର ପ୍ୟାଟ୍‌ସ କମିନ୍‌ସ ଅପରାଜିତ ୬୬ ରନ୍ (୩୪ ବଲ, ୪ ଚୌକା, ୬ ଛକା), ଆନ୍ଦ୍ରେ ରସେଲଙ୍କ ୫୪ ରନ୍ (୨୨ ବଲ, ୩ ଚୌକା, ୬ ଛକା) ଓ ଦିନେଶ କାର୍ତ୍ତିକ (୪୦ ରନ, ୨୪ ବଲ, ୪ ଚୌକା, ୨ ଛକା) ବଳରେ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୦୨ ରନ୍ କରିଥିଲା । କୋଲକାତା ୩୧ ରନ୍ ବେଳକୁ ନିଜର ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା । ଏହା ପରେ ବି ପଛ ଧାଡ଼ିର ଖେଳାଳିମାନେ ଏକ ରୋମାଂଚକର ସ୍ଥିତିକୁ ନେଇଯାଇଥିଲେ ।   

 

  • Tags:

Subscribe

National International State Sports Entertainment