ଆଇପିଏଲ: ୭ମ ପରାଜୟ ପରେ ଧୋନୀଙ୍କ ନିଦ ଭାଙ୍ଗିଲା, କହିଲେ ଭବିଷ୍ୟତ ରଣନୀତି
Khabar Odisha:Sports-IPL-Aafter-losing-the-match-against-Rajasthan-Royals-MS-Ddhoni-said-that-process-needs-to-be-looked-at-not-the-result

ଆବୁଧାବୀ, ଅକ୍ଟୋବର ୨୦ (ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରମିୟର ଲିଗ୍‌ର ୧୩ତମ ସଂସ୍କରଣରେ ୭ମ ପରାଜୟ ବରଣ କରିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ପରିବର୍ତ୍ତନ ଲାଗି ଟିମକୁ ନୂଆ ରଣନୀତି କରିବାକୁ ହେବ । ଚେନ୍ନାଇ ଟିମ ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିଲା ।

ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ୫ ୱିକେଟରେ ୧୨୫ ରନ ସଂଗ୍ରହ କରିପାରିଥିଲା । ଏହାର ଜବାବରେ ରୟାଲ୍ସ ଟିମ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା । ସିଏସଏକେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଥିବା ବେଳେ ୭ଟିରେ ପରାଜୟ ବରଣ କରିଛି । ମାତ୍ର ୩ଟି ମ୍ୟାଚ ଜିତି ୬ ପଏଣ୍ଟ ପାଇଥିବାରୁ ପ୍ରଥମ ଥର ପ୍ଲେଅଫରେ ପହଂଚିପାରି ନାହିଁ । 

ଧୋନୀ ମ୍ୟାଚ ପରେ କହିଛନ୍ତି, ଫଳାଫଳ ସବୁବେଳେ ନିଜ ହିସାବରେ ହୁଏ ନାହିଁ । ଆମକୁ ଦେଖିବାକୁ ପଡ଼ିବ ଯେ, କେଉଁ ପ୍ରକ୍ରିୟା ଭୁଲ ଥିଲା । ଫଳାଫଳ ଏହି ପ୍ରକ୍ରିୟାର ଫଳ । ଏକଥା ସତ ଯେ, ଯଦି ଆପଣ ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରୀତ କରିବେ, ତା’ହେଲେ ପରିଣାମକୁ ନେଇ ଟିମ ଉପରେ କୌଣସି ପ୍ରଭାବ ପଡ଼ିପାରିବ ନାହିଁ । ଧୋନୀ ପ୍ରଥମ ୯ ଓଭରରେ ଦୀପକ ଚାହର ଓ ଜୋଶ ହେଜଲଉଡଙ୍କ କୋଟା ପୂରା କରିବାକୁ ଦେଇଥିଲେ । ସେ କହିଛନ୍ତି, ପ୍ରଥମ ପାଳି ଭାବେ ସ୍ପିନରଙ୍କୁ ଦ୍ୱିତୀୟ ଇନିଂରେ ଅଧିକ ସହଯୋଗ ମିଳୁଥିଲା । 

 

  • Tags:

Subscribe

National International State Sports Entertainment