ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍(ଡବ୍ଲ୍ୟୁଟିସି) ୨୦୨୩-୨୫ରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା। ରବିବାର ସଂପନ୍ନ ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ପାକିସ୍ତାନକୁ ୨ ଓ୍ଵିକେଟରେ ହରାଇ ଡବ୍ଲ୍ୟୁଟିସି ଫାଇନାଲରେ ଏଣ୍ଟ୍ରି କରିଛି ଦକ୍ଷିଣ ଆଫ୍ରିକା। ସେଞ୍ଚୁରିୟନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୪୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। କାଗିସୋ ରାବଡ଼ା ୩୧ ଓ ମାର୍କୋ ଜନସେନ ୧୬ ରନ କରି ନବମ ଓ୍ଵିକେଟ୍ରେ ୫୧ ରନ ଯୋଡ଼ି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ଚଳିତ ଚକ୍ରରେ ଏ ପର୍ଯ୍ୟନ୍ତ ୧୧ଟି ମୁକାବିଲା ଖେଳି ୭ଟି ଜିତିଥିବା ବେଳେ ୩ଟି ହାରିଛି ଏଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ଦକ୍ଷିଣ ଆଫ୍ରିକା ୬୬.୬୭ ବିଜୟ ପ୍ରତିଶତ ସହ ଫାଇନାଲ୍ରେ ପହଞ୍ଚିଛି। ଏବେ ଡବ୍ଲ୍ୟୁଟିସି ଫାଇନାଲରେ ଦ୍ଵିତୀୟ ଦଳ ଭାବେ କେଉଁ ଦଳ ପହଞ୍ଚିବ ତାକୁ ନେଇ ସ୍ଥିତି ରୋମାଞ୍ଚକର ହୋଇଛି। ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୮.୮୯ ପ୍ରତିଶତ ଅଙ୍କ ତାଲିକାରେ ଦ୍ଵିତୀୟ ରେ ଥିବା ବେଳେ ଭାରତ ୫୫.୮୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଏହି ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ କରିବ।
ଏମିତି ରହିପାରେ ସମୀକରଣ
ଯଦି ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ୩-୧ରେ ହରାଏ ତେବେ ଦଳ ଅନ୍ୟ କୌଣସି ଦଳରେ ବିନ ନିର୍ଭର କରି ଫାଇନାଲରେ ପହଞ୍ଚିବ। ଚତୁର୍ଥ ଟେଷ୍ଟର ଫଳାଫଳ ଆସନ୍ତାକାଲି ଆସିବା ପରେ ଫାଇନାଲର ସମୀକରଣ ଆହୁରି ସ୍ପଷ୍ଟ ହେବ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପାଖରେ ନିଜ ଦମରେ ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ସିରିଜ୍ ହିଁ ଏକମାତ୍ର ସୁଯୋଗ। ଚଳିତ ଚକ୍ରରେ ବର୍ଡର-ଗାଭାସ୍କର ଟ୍ରଫି ହେଉଛି ଭାରତ ପାଇଁ ଶେଷ ସିରିଜ୍।
ସୂଚନାଯୋଗ୍ୟ, ଡବ୍ଲ୍ୟୁଟିସିର ତୃତୀୟ ଚକ୍ରର ଫାଇନାଲ୍ ମୁକବିଲା ୨୦୨୫ ଜୁନ ୧୧ରୁ ୧୫ ତାରିଖ ପର୍ୟ୍ୟ ନ୍ତ ଲଣ୍ଡନରେ ଖେଳାଯିବ। ଏହା ପୂର୍ବରୁ ଭାରତ ଲଗାରାର ଦୁଇ ଥର ପବ୍ଲ୍ୟୁଟିସି ଫାଇନାଲ୍ରେ ପହଞ୍ଚିଥିଲା।ତେବେ ପ୍ରତିଥର ଦଳ ପରାଜିତ ହୋଇଛି। ପ୍ରଥମ ଫାନାଲ୍ରେ ଦଳ ନ୍ୟୁଜିଲାଣ୍ଡ ଓ ଦ୍ଵିତୀୟ ଫାଇନାଲରେ ଅଷ୍ଟ୍ରେଲିଆ ହାତରୁ ପରାସ୍ତ ହୋଇଥିଲା।