ଭୁବନେଶ୍ୱର : ଓସ୍କାର ଦୌଡ଼ ପାଇଁ ଯେବେ ଠାରୁ ଫିଲ୍ମ 'ଲାପତା ଲେଡିଜ୍' ସ୍ଥାନ ପାଇବାରେ ବିଫଳ ହୋଇଛି ସେବେଠାର ନିର୍ଦ୍ଦେଶିକା ପାୟଲ କାପାଡିଆଙ୍କ ଫିଲ୍ମ 'All We Imagine as Light' ଲାଇମ୍ ଲାଇଟରେ ରହିଛି । ସିନେପ୍ରେମୀ ଏବଂ କ୍ରିଟସ୍ ଙ୍କ ମତରେ ଓସ୍କାର ପାଇଁ ଏହି ଫିଲ୍ମଟି ସର୍ବଶ୍ରେଷ୍ଠ ଅଟେ । 'All We Imagine as Light' ମୁଭିଟି ଏହି ବର୍ଷର କାନ୍ସ ଫେସଟିଭାଲର ଦ୍ୱତୀୟ ଶ୍ରେଷ୍ଠ ପୁରଷ୍କାର Grand Prixକୁ ନିଜ ନାଁରେ କରିଥିଲା ।
ମୁଭିଟି ଯେତେବେଳେ ଇଣ୍ତିଆରେ ରିଲଜ ହୋଇଥିଲା ତାହାକୁ ବହୁତ କମ୍ ସ୍କ୍ରିନ୍ ମିଳିଥିଲା । ତେବେ ଏହାକୁ ନେଇ ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଏହି ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି ଆଉ କହିଛନ୍ତି ଏହି ଫିଲ୍ମକୁ ଭାରତରେ କେହି ଦେଖିବେ ନାହିଁ ।
ଅନେକ ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା ଏହି ଫିଲ୍ମ ଭାରତରେ ଦେଖି ପାରିବେ ନାହିଁ
ଗୋଟିଏ ସାକ୍ଷାତକାରରେ ସିଦ୍ଧାର୍ଥ 'All We Imagine as Light'ର ନିର୍ଦ୍ଦେଶିକା ପାୟଲ କାପାଡିଆଙ୍କ ଏକ ପୁରୁଣା ସାକ୍ଷାତକାର ବିଷୟରେ କହିଥିଲେ । ସେହି ସାକ୍ଷାତକାରରେ ସିଦ୍ଧାର୍ଥ–ପାୟଲଙ୍କୁ କହିଥେଲେ ମୋ ଫିଲ୍ମ ରିଲଜ ହେଲା, କେହି ଆସିଲେନି ଆଉ ସେମାନେ ସୋ କ୍ୟାନସଲ କରିଦେଇଥିଲେ । ଯଦି ଆପଣ ଏହି ଫିଲ୍ମ ଦେଖିବାକୁ ଚାହାଁନ୍ତି ତାହାଲେ ତାହାର ଗୋଟିଏ ସୋ ପାଇଁ ଦସ୍ତଖତ ଅଭିଯାନ କରିବାକୁ ପଡିବ।
ସିଦ୍ଧାର୍ଥ କହିଛନ୍ତି ଯେ କାନ୍ସ ଏବଂ ଗୋଲଡେନ୍ ଗ୍ଲୋବ୍ସର ଐତିହାସିକ ମୁହୂର୍ତ୍ତ ସତ୍ତ୍ୱେ ମଧ୍ୟ ଫିଲ୍ମଟି ଦେଶର ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ। ପାୟଲଙ୍କ ଫିଲ୍ମ ସହିତ ତାହା ହିଁ ଘଟିଛି | ସିଦ୍ଧାର୍ଥ ଆହୁରି କହିଛନ୍ତି, 'ତାଙ୍କ ନିର୍ମାତା ଅନୁଭବ କରନ୍ତି ଯେ ତାଙ୍କ ଚଳଚ୍ଚିତ୍ରଟି ବହୁତ ସଫଳତା ପାଇଛି, କିନ୍ତୁ ଦର୍ଶକ ସେହି ମୁଭିକୁ କେବେବି ଦେଖିପାରିବେ ନାହିଁ ।