ନୂଆଦିଲ୍ଲୀ: ୨୦୨୪ ବର୍ଷର ଆଜି ହେଉଛି ଶେଷ ଦିନ । ଏହି ବର୍ଷ ଭାରତୀୟ କ୍ରିକେଟ୍ ପାଇଁ ମିଶ୍ରିତ ରହିଛି । ତେବେ ପ୍ରତି ଥର ପରି ୨୦୨୫ ମଧ୍ୟ ଭାରତୀୟ ଦଳ ପାଇଁ ବ୍ୟସ୍ତବହୁଳ ରହିଛି । ପ୍ରାୟ ପ୍ରତି ମାସରେ ଭାରତୀୟ ଦଳ କେଉଁଠି ନା କେଉଁଠି ମ୍ୟାଚ୍ ଖେଳୁଥିବା କ୍ରିକେଟ୍ ପ୍ରେମୀ ଦେଖିବାକୁ ପାଇବେ । ଚଳିତ ବର୍ଷ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳୁଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଅନିଶ୍ଚିତତା ଭିତରେ ରହିଛି । ଏହା ବ୍ୟତୀତ ବର୍ଷର ଦ୍ୱିତୀୟ ବଡ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ରହିଛି । ଅନ୍ୟପଟେ ଭାରତୀୟ ଦଳ ନିଜର ଦ୍ୱିପାକ୍ଷିକ ସିରିଜ୍ ଜାନୁଆରୀରୁ ଖେଳିବା ଆରମ୍ଭ କରିବ । ଏହା ପରେ ଡିସେମ୍ବର ପର୍ଯ୍ୟନ୍ତ ଦଳର ପୂରା ବ୍ୟସ୍ତବହୁଳ କ୍ରୀଡାସୂଚୀ ରହିଛି ।
ଭାରତୀୟ ଦଳର ୨୦୨୫ରେ କ୍ରୀଡାସୂଚୀ
ଜାନୁଆରୀ- ଅଷ୍ଟ୍ରେଲିଆ ବିପକ୍ଷରେ ଜାନୁଆରୀ ୩ରୁ ଶେଷ ଟେଷ୍ଟ ମ୍ୟାଚ୍(ବିଦେଶ)
ଜାନୁଆରୀ-ଫେବୃଆରୀ- ୩ ଦିନିକିଆ ଓ ୫ ଟି-୨୦ ବନାମ ଇଂଲଣ୍ଡ(ଘରୋଇ)
ଫେବୃଆରୀ-ମାର୍ଚ୍ଚ- ଆଇସିସି ଚାମ୍ପିଅନ୍ସ ଟ୍ରଫି(ପାକିସ୍ତାନ ଓ ଦୁବାଇ)
ଏପ୍ରିଲ-ମେ- ଆଇପିଏଲ୍ ୨୦୨୫
ଜୁନ- ଡବ୍ଲ୍ୟୁଟିସି ଫାଇନାଲ୍(ଯଦି ଦଳ କ୍ୱାଲିଫାଏ କରେ)
ଜୁନ-ଜୁଲାଇ-ଅଗଷ୍ଟ- ୫ ଟେଷ୍ଟ ବନାମ ଇଂଲଣ୍ଡ(ବିଦେଶ)
ଅଗଷ୍ଟ- ୩ ଦିନିକିଆ ଓ ୩ ଟି-୨୦ ବନାମ ବାଂଲାଦେଶ(ବିଦେଶ)
ସେପ୍ଟେମ୍ବର-ଅକ୍ଟୋବର- ଏସିଆ କପ୍(ନିରପେକ୍ଷ ସ୍ଥାନ)
ଅକ୍ଟୋବର- ୨ ଟେଷ୍ଟ ବନାମ ୱେଷ୍ଟଇଣ୍ଡିଜ(ଘରୋଇ)
ଅକ୍ଟୋବର-ନଭେମ୍ବର- ୩ ଦିନିକିଆ ଓ ୫ ଟି-୨୦ ବନାମ ଅଷ୍ଟ୍ରେଲିଆ(ବିଦେଶ)
ନଭେମ୍ବର-ଡିସେମ୍ବର- ୨ ଟେଷ୍ଟ, ୩ ଦିନିକିଆ ଓ ୫ ଟି-୨୦ ବନାମ ଦକ୍ଷିଣ ଆଫ୍ରିକା(ଘରୋଇ)