ଭଦ୍ରକ : ୩୦୦ ବର୍ଷର ଐତିହାସିକ ଡିଗି ପୋଖରୀ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କରାଜିବା ପରେ ଏବେ ପିକନିକ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଦ୍ମପୋଖରୀ ଗ୍ରାମର ଶେଷ ଭାଗରେ ରହିଛି ରାଜରାଜୁଡା ସମୟରେ ଖୋଳା ହୋଇଥିବା ଐତିହାସିକ ଡିଗି ପୋଖରୀ । ୩ ବର୍ଷ ପୂର୍ବେ ଅଳିଆ ଓ ଦଳରେ ପରିପୂର୍ଣ୍ଣ ହୋଇ ଥିଲା ଏହି ପୋଖରୀ । ତେବେ ଏନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଉକ୍ତ ଡିଗି ପୋଖରୀର ପୁନରୁଦ୍ଧାର କଲେ ।ରଙ୍ଗ ବେରଙ୍ଗର ଫୁଲଗଛ ସାଙ୍ଗକୁ ବୋଟିଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏବେ ପିକିନିକ ଋତୁ ଚାଲି ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟୁଛି ପର୍ଯଟକଙ୍କ ସୁଅ।
ପର୍ଯ୍ୟଟନ ଋତୁ ଚାଲି ଥିବାରୁ ଭଦ୍ରକ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଏଇ ଡିଗି ପୋଖରୀ ପରିସର ମଧ୍ୟରେ ରହିଛି ଅତ୍ୟାଧୁନିକ ପାର୍କର ବ୍ୟବସ୍ଥା । କୁନିକୁନି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଦୋଳିର ବ୍ୟବସ୍ଥା ଥିବାବେଳେ ଯୁବପିଢି ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବ୍ୟାୟାମ କରିବା ପାଇଁ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି । ଯୁବପିଢ଼ି ମାନେ ଏଠାର ପରିବେଶର ମଜା ନେବା ସହ ବୋଟିଙ୍ଗର ମଜା ନେଇ ବେଶ ଉତ୍ସାହର ସହିତ ପିକନିକର ନଜା ନେଉଛନ୍ତି । କେବଳ ସେତିକି ନୁହେଁ ଏଠାରେ ପର୍ଯଟକ ମାନଙ୍କ ଠାରୁ ଭିତରକୁ ପ୍ରଵେଶ ପାଇଁ ୧୦ ଟଙ୍କା ଲେଖା ନିଆଯାଉଛି କାରଣ ଉକ୍ତ ସ୍ଥାନର ବିକାଶ କରିବା ସହ ସରକାରଙ୍କ ତହବିଲକୁ ମଧ୍ୟ ଅର୍ଥ ଯାଉଛି । ଭଦ୍ରକ ଜିଲ୍ଲାର ଏଇ ଐତିହାସିକ ଡିଗି ପୋଖରୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହଶହ ପର୍ଯଟକଙ୍କ ଭିଡ ଜମୁଛି ।