ଆସନ୍ତାକାଲିଠୁ ଆରମ୍ଭ ଆଦିବାସୀ ସମ୍ପ୍ରଦାୟର ଜୀବନ ଶୈଳୀ ଓ ସଂସ୍କୃତି-ପରମ୍ପରା ଓ ସଂଗ୍ରାମର ଝଲକ ଦେଖିବେ ରାଜଧାନୀବାସୀ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା-୨୦୨୫। ଏଥିପାଇଁ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍। ଚଳିତବର୍ଷ ୨୦ଟି ଆଦିବାସୀ କୁଟୀର ନିର୍ମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ ।
ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲରେ ଲାଇଭ୍ ଡେମନଷ୍ଟ୍ରେସନର ସୁବିଧା ରହିବ। ଏଥିସହ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେ ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତର ପରିବେଷଣ କରାଯିବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ଫାୟର୍ ୱାର୍କ ଶୋର ମଧ୍ୟ ଆୟୋଜନ କରାଯିବ ।